କରୋନା ଭଳି ମାରାତ୍ମକ ହୋଇପାରେ hMPV, ଭାରତ ସତର୍କ
ଚୀନ୍ରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର କରୋନା ଜୀବାଣୁ ପରି ମହାମାରୀ ରୂପ ନେଇପାରେ। ଏହି ଭାଇରସ୍ ପାଇଁ ଚୀନ୍ରେ ଅତି ଉଦ୍ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ।
ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ। ଏଚ୍ଏମ୍ପିଭି ଓ କୋଭିଡ୍-୧୯ ଭିତରେ ବହୁତ ସମାନ ଲକ୍ଷଣ ରହିଛି। ଉଭୟ ଭୂତାଣୁ କାଶ, ଜ୍ୱର, ବାନ୍ତି, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରିଥାନ୍ତି। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍ରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।
ଭାରତରେ ମଧ୍ୟ ଏହା ଉପରେ କଡା ନଜର ରଖାଯାଉଛି। ତେବେ ତେଲଙ୍ଗାନା ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ମାମଲା ରୁଜୁ ହୋଇନାହିଁ। ତେଲଙ୍ଗାନା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଚାଇନାରୁ ମାନବ ମେଟାନିମୋଭାଇରସ (ଏଚଏମପିଭି) ଖବରକୁ ନେଇ ରାଜ୍ୟ ସଜାଗ ରହିଛି ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସହଯୋଗରେ ପରିସ୍ଥିତି ଉପରେ ନଜର ରଖିଛି। ଗୁଜବକୁ ଏଡ଼ାଇବା ପାଇଁ ଏବଂ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ନାଗରିକମାନଙ୍କୁ ନିବେଦନ କରିଛି।
Powered by Froala Editor