ପାକିସ୍ତାନକୁ ୨୫ ଲକ୍ଷ ମଡର୍ଣ୍ଣା କରୋନା ଟିକା ଦେଲା ଆମେରିକା
ଇସଲମାବାଦ: ପାକିସ୍ତାନକୁ ୨୫ ଲକ୍ଷ ମଡର୍ଣ୍ଣା କରୋନା ଟିକା ଯୋଗାଇ ଦେଇଛି ଆମେରିକା । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁଯାୟୀ କୋଭାକ୍ସ ସହଯୋଗରେ ଆମେରିକା ଏହି ଟିକା ଯୋଗାଇ ଦେଇଛି । ବିଶ୍ୱରେ କରୋନା ଟିକାକରଣ ନିମନ୍ତେ କୋଭାକ୍ସ, ୟୁନିସେଫ ସହଯୋଗ କରୁଛନ୍ତି । ଆମେରିକାର ଏହି ସହଯୋଗକୁ ପାକିସ୍ତାନ ପ୍ରଶଂସା କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହାଫିଜ ଚୌଧୁରୀ କହିଛନ୍ତି ଯେ ଆମେରିକାର ଏହି ସହଯୋଗ ଦେଶରେ ଟିକାକରଣ ଅଭିଯାନକୁ ଶକ୍ତି ଯୋଗାଇବ । ସେହିପରି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ କହିଛନ୍ତି ଯେ ବିଶ୍ୱରୁ କରୋନା ମହାମାରୀର ଅନ୍ତ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ । ପାକିସ୍ତାନରେ ଏବେ ତିନି ପ୍ରକାର କରୋନା ଟିକା ସିନୋଫାର୍ମ, କାନସିନୋବାୟୋ ଓ ସିନୋଭାକ୍ସ ବ୍ୟବହାର ହେଉଛି ।
Powered by Froala Editor