ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ
ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ହେଲେ ସୋମବାର ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିବା ପରେ ପରିବାରର ସବୁ ଆଶା ମଉଳି ଯାଇଛି।
୨୦୧୮ରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ଏବେ ୟେମେନ ରାଷ୍ଟ୍ରପତି ତାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। ଏହା ପରେ ତାଙ୍କ ପାଖରେ ଆଉ ମାତ୍ର ମାସେ ସମୟ ରହିଯାଇଛି। ଝିଅକୁ ବଞ୍ଚାଇବା ପାଇଁ ଦୀର୍ଘ ବର୍ଷ ହେଲାଣି ସଂଘର୍ଷ କରିଆସୁଥିବା ପରିବାର ଏବେ ଭାଙ୍ଗିପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ୟେମେନ ନାଗରିକ ତଲଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ବର୍ତ୍ତମାନ ୟେମେନର ରାଷ୍ଟ୍ରପତି ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଛନ୍ତି।
Powered by Froala Editor