ଶ୍ରୀହରିକୋଟାରୁ SpaDeX ର ସଫଳ ଉତକ୍ଷେପଣ
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସଫଳତାର ସହିତ ମିଶନ PSLV-C60 SpaDeX ଆରମ୍ଭ କରିଛି। ଇସ୍ରୋ କହିଛି ଯେ PSLV-C60 ସଫଳତାର ସହ ସ୍ପାଡେକ୍ସ ଏବଂ 24 ପେଲୋଡ ଲଞ୍ଚ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସ୍ପାଡେକ୍ସ ଏବଂ ନୂତନ ପେଲୋଡ ସହିତ PSLV-C60 ଲଞ୍ଚ କରାଯାଇଛି। ରାତି ୧୦ଟା ୧୫ ସେକେଣ୍ଡରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଡକିଂ ଓ ଅନ ଡକିଂ ମିଶନ ସଫଳତାର ସହ କରାଯାଇଥିବାରୁ ଚନ୍ଦ୍ରଯାନ ୪ ଓ ଗଗନଯାନ ଉତକ୍ଷେପଶ ପାଇଁ ବାଟ ଫିଟିଛି।
ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ। ଏହା ସ୍ପେଶ୍ ଡକିଂ ଭାବେ ଜଣାଶୁଣା। ସବୁ ଡକିଂ ଓ ଅନ ଡକିଂ ପ୍ରକ୍ରିୟା ଶେଷ ହେବା ପ୍ରାୟ ୨ ମାସ ସମୟ ଲାଗିବ ବୋଲି କୁହାଯାଉଛି।
SpaDeX ମିଶନ କ’ଣ?
SpaDeX ର ସମ୍ପୂର୍ଣ୍ଣ ନାମ ହେଉଛି ସ୍ପେସ ଡକିଂ ଏକ୍ସପେରିମେଣ୍ଟ। ଏହି ମିଶନ ଅଧୀନରେ ଇସ୍ରୋର ଦୁଇଟି ଉପଗ୍ରହ, ଚେସର୍ ଏବଂ ଟାର୍ଗେଟକୁ ମହାକାଶକୁ ପଠାଇଛି। ଏହି ଦୁଇଟି ଉପଗ୍ରହକୁ ସଂଯୋଗ କରି ସ୍ପେସ ଡକିଂ ପ୍ରଦର୍ଶନ କରାଯାଇଥିଲା। ଭବିଷ୍ୟତରେ ସ୍ପେସ ଷ୍ଟେସନ ଏବଂ ଅନ୍ୟାନ୍ୟ ବୃହତ ମହାକାଶଯାନ ନିର୍ମାଣରେ ଏହି ଟେକ୍ନୋଲୋଜି ଅତ୍ୟନ୍ତ ଉପଯୋଗୀ ହେବ ।
Powered by Froala Editor