କିନ୍ନରକୁ ବିବାହ କରିବାକୁ କହିଲା ପୁଅ, ଆତ୍ମହତ୍ୟା କରିଦେଲେ ବାପା-ମା’
ବାପା-ମା’ଙ୍କ ଗୋଟିଏ ବୋଲି ପୁଅ। ବି-ଟେକ ପାଠ ପଢ଼ିଛି। ପାଠପଢ଼ା ପରେ ସେ ଅଟୋରିକ୍ସା ଡ୍ରାଇଭର ଭାବେ କାମ କରୁଥିଲା। ହେଲେ ଯୁବକ ଜଣକ ଏସବୁ ଭିତରେ ଜଣେ କିନ୍ନରଙ୍କ ପ୍ରେମ ପଡ଼ିଥିଲା। କିନ୍ନରକୁ ବିବାହ କରିବାକୁ ଜିଦ୍ ଧରିଥିଲା ପୁଅ। ବାରମ୍ବାର ମନା କରିବା ସତ୍ତ୍ବେ ବି ପୁଅ ନମାନିବାରୁ ଜୀବନ ହାରିଛନ୍ତି ମାତାପିତା । ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ହେଲା ସୁବ୍ବା ରାୟୁଡୁ(୪୫) ଓ ସରସ୍ବତୀ।
୩ବର୍ଷ ହେଲାଣି ପୁଅ ସୁନୀଲଙ୍କର କିନ୍ନର ସମାଜ ସହ ମିଳାମିଶା ବଢ଼ିଥିଲା। ଏଭଳି ନକରିବାକୁ ବାପା-ମା’ ଦୁହେଁ ମନା କରୁଥିଲେ ବି ସୁନୀଲ ସେମାନଙ୍କ କଥା ଶୁଣୁନଥିଲେ। କିଛି ଦିନ ତଳେ ସେ ଜଣେ କିନ୍ନରଙ୍କୁ ବିବାହ କରିବେ ବୋଲି ସୁବ୍ବା ଓ ସରସ୍ବତୀଙ୍କୁ ଜଣାଇଥିଲେ। ହେଲେ ଦୁହେଁ ଏଥିରେ ରାଜି ହୋଇନଥିଲେ। ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ପୁଅ ଭଲ ପାଉଥିବା କିନ୍ନରଙ୍କୁ ବିବାହ କରିବ ବୋଲି ନିଷ୍ପତ୍ତି ନେଇଥିଲା।
ଏମଧ୍ୟରେ ସୁନୀଲ ୧.୫ଲକ୍ଷ ଟଙ୍କା ଆଣି ଫେରାଇନଥିବା ଦାବି କରି କିଛି କିନ୍ନର ସୁବ୍ବା ଓ ସରସ୍ବତୀଙ୍କୁ ତାଙ୍କ ଘର ବାହାରେ ଗାଳିଗୁଲଜ କରି ଅପମାନିତ କରିଥିଲେ। ଏହାକୁ ସହିନପାରି ଦୁହେଁ ଜୀବନ ହାରିଥିବା ଜଣାଯାଇଛି। ଏବେ ଏହି ଘଟଣାର ତଦନ୍ତ କରୁଛି ପୁଲିସ।
Powered by Froala Editor