‘ଈଶ୍ୱର ଅଲ୍ଲାହ ତେରୋ ନାମ’ ଭଜନ ଗାଇ ଭୁଲ୍ ମାଗିଲେ ଗାୟିକା
ବିହାରର ରାଜଧାନୀ ପାଟନାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୀୟଙ୍କ ଜନ୍ମଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଏଠାରେ ‘ଈଶ୍ୱର ଅଲ୍ଲାହ ତେରୋ ନାମ’ ଭଜନ ଗାନକୁ ନେଇ ବିବାଦ ଦେଖାଯାଇଛି।
କାର୍ଯ୍ୟକ୍ରମ ବେଳେ ଗାୟିକା ଦେବୀ ଷ୍ଟେଜ ଉପରେ ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ରଘୁପତି ରାଘବ ରାଜା ରାମ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏହାକୁ ସେଠାରେ ଉପସ୍ଥିତ କିଛି ଲୋକ ବିରୋଧ କରିଥିଲେ। ସେମାନେ ଉଠିପଡ଼ି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଦେବୀ କହିଥିଲେ ଯେ ସେ ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ କରନ୍ତି। ପରେ ସେ ମାମଲାକୁ ଶାନ୍ତ କରିବାକୁ ଯାଇ କ୍ଷମା ମାଗିଥିଲେ ଏବଂ ଅନ୍ୟ ଗୀତ ଗାଇଥିଲେ। ଦେବୀ ହଠାତ ଈଶ୍ୱର ଆଲ୍ଲା ତେରୋ ନାମ ବଦଳରେ ଶ୍ରୀ ରଘୁନନ୍ଦନ ଜୟ ସିୟା ରାମ, ଜାନକୀ ବଲ୍ଲଭ ସୀତା ରାମ ଆଦି କହିବା ଆରମ୍ଭ କରିଥିଲେ। କିନ୍ତୁ ଉପସ୍ଥିତ ଲୋକମାନେ ତାଙ୍କୁ ବିରୋଧ ଜାରି ରଖିଥିଲେ।
କିଛି ସମୟ ଷ୍ଟେଜ ଉପରେ ଥିବା ଦେବୀଙ୍କ କାନରେ ଜଣେ ବ୍ୟକ୍ତି କିଛି କହିଥିଲେ। ଏହାପରେ ସେ ଗୀତ ଗାଇବା ବନ୍ଦ କରିଥିଲେ ଓ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ “ଭଗବାନ ଆମ ସମସ୍ତଙ୍କର। ମୁଁ ଭଗବାନ ରାମଙ୍କ ସ୍ମୃତି ଚାରଣ କରୁଥିଲି।”
ତଥାପି ଲୋକମାନେ ଦେବୀଙ୍କୁ କ୍ଷମା ମାଗିବାକୁ ଜିଦରେ ନାରା ଦେଇଥିଲେ। ଏହାଶୁଣି ସେ କହିଛନ୍ତି ଯେ “ମୁଁ ଭଗବାନ ରାମଙ୍କ ପାଇଁ ଏହି ଗୀତ ଗାଇଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତୀୟ ସଂସ୍କୃତିର ବିଶାଳ ହୃଦୟ। ସମସ୍ତଙ୍କୁ କେବଳ ହିନ୍ଦୁମାନେ ହିଁ ଗ୍ରହଣ କରନ୍ତି। ଆପଣମାନେ ଏହି ଗୀତରେ ଆଘାତ ପାଇବା ଉଚିତ ନୁହେଁ। ଯଦି ଆପଣମାନେ ଆଘାତ ପାଇଛନ୍ତି, ତା’ହେଲେ ମୁଁ ଆପଣମାନଙ୍କୁ ସରି କହୁଛି।”
ଭୋଜପୁରୀ ଗାୟିକା ଦେବୀଙ୍କ ଜନ୍ମ ବିହାରର ଛପରା ଜିଲାରେ ହୋଇଛି। ସେ ପ୍ରାରମ୍ଭିକ ଶିକ୍ଷା ଏଠାରୁ ହାସଲ କରିଥିଲେ। ତାଙ୍କ ବାପା ସାହିତି୍ୟକ ଥିଲେ। ସେ ପିଲାଟିଦିନରୁ ଦେବୀଙ୍କ ଗୀତ ଉପରେ ନଜର ରଖୁଥିଲେ। ଏହି କାରଣରୁ ସେ ଅଶ୍ଳିଳତାରୁ ଦୂରରେ ରହୁଥିଲେ। ତାଙ୍କ ଛବି ଜଣେ ସ୍ବଚ୍ଛ ଗାୟିକାଙ୍କ ଭାବେ ହୋଇଛି। ବି
Powered by Froala Editor