ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ଦିଆଯାଉ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଉଚିତ। ବୁଧବାର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ଦାବି କରିଛନ୍ତି।
ସେ କହିଥିଲେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନହେଲା ପର୍ଯ୍ୟନ୍ତ ବିହାର ଏହାର ଖରାପ ରାସ୍ତା, ଦୁର୍ବଳ ସ୍କୁଲ୍ କୋଠା ଆଦି ପାଇଁ ବେଶ୍ ଜଣାଶୁଣା ଥିଲା। କିନ୍ତୁ ନୀତୀଶ ରାଜ୍ୟକୁ ଏକ ନୂଆ ସ୍ତରକୁ ନେଇ ଯାଇଛନ୍ତି। ବର୍ତ୍ତମାନର ଛୁଆମାନେ ଲାଲୁଙ୍କ ଜଙ୍ଗଲ ରାଜ ଦେଖି ନାହାନ୍ତି। ସେହିପରି ନବୀନ ପଟ୍ଟନାୟକ ଓଡ଼ିଶାକୁ ବହୁ ବର୍ଷ ଧରି ଶାସନ କଲେ। ସେମାନଙ୍କ ଭଳି ନେତାମାନେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପାଇବାକୁ ହକଦାର। ଏହି ସମୟରେ ଗିରିରାଜ ସିଂ ନୀତୀଶ କୁମାରଙ୍କ ନେତୃତ୍ୱରେ ଆତ୍ମବିଶ୍ୱାସ ପ୍ରକାଶ କରିବା ସହ ତାଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଜାରି ରହିବ ବୋଲି କହିଥିଲେ।
ଗିରିରାଜ ସିଂହ ଆହୁରି କହିଥିଲେ ଯେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚାଲାକି ଓ ପ୍ରୟାସ କାମ କରିବନି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ।
Powered by Froala Editor