୩୫୦ ଫୁଟ୍ ଖାଇରେ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସ୍ଥିତ ବାଲନୋଇରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗୋଟିଏ ସେନା ଗାଡ଼ି ଭାରସାମ୍ୟ ହରାଇ ସିଧା ୩୫୦ ଫୁଟ ଖାଇକୁ ଖସି ପଡ଼ିଛି। ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
୧୧ ମାଡ୍ରା ଲାଇଟ୍ ଇନ୍ଫାଣ୍ଟ୍ରିର ଏହି ସେନା ଗାଡ଼ିଟି ନିଲମ ମୁଖ୍ୟାଳୟରୁ ଯବାନମାନଙ୍କୁ ନେଇ ବନୋଇ ଯାଉଥିବାବେଳେ ଘରୋଆ ଅଞ୍ଚଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନେଇ ଭାରତୀୟ ସେନାର ‘White Knight Corps’ ପକ୍ଷରୁ ନିଜର ଆଧିକାରୀକ ଏକ୍ସ ଆକାଉଣ୍ଟରେ ସମବେଦନା ବ୍ୟକ୍ତ କରାଯାଇଛି।
ସୂଚନାଯୋଗ୍ୟ, ନଭେମ୍ବର ୪ରେ ରାଜୌରୀ ଜିଲାରେ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor