ଜନ୍ମ ଦିନରେ ଡାକି ଉଲଗ୍ନ କରି ପିଟିଲେ ସାଙ୍ଗମାନେ, ଜୀବନ ହାରିଦେଲେ ନାବାଳକ
ସାଙ୍ଗମାନେ ଜନ୍ମଦିନ ଭୋଜିକୁ ଡାକି ନାବାଳକକୁ ଉଲଗ୍ନ କଲେ। ମାଡ଼ ମାରିଲେ ଓ ପରିସ୍ରା କଲେ। ଏତେ ସବୁ ଅପମାନ ସହିବା ପରେ ପୁଲିସ ଏତଲା ନରଖିବାରୁ ନାବାଳକ ଜୀବନ ହାରିଥିବା ଜଣାଯାଇଛି। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଆଦିତ୍ୟ।
ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାର କପ୍ତାନଗଞ୍ଜ ଥାନା ଅଞ୍ଚଳର କୋଝଲପୁରା ଗାଁ। ଏଠାକର ଜଣେ ୧୭ ବର୍ଷୀୟ ନାବାଳକ ଆଦିତ୍ୟ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟା କରିବା ପଛର କାରଣ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।
ଆଦିତ୍ୟଙ୍କ ଦାଦା କରିଥିବା ଅଭିଯୋଗ ମୁତାବକ, "ଆଦିତ୍ୟଙ୍କୁ ଗାଁର ଏକ ଜନ୍ମଦିନ ଭୋଜିରେ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଭୋଜିକୁ ଯିବା ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିଲା ଏବଂ ତାଙ୍କ ଉପରେ ପରିସ୍ରା କରାଯାଇଥିଲା। ପାର୍ଟିରେ କେବଳ ୪ ଜଣ ଯୁବକ ଥିଲେ। ପ୍ରଥମେ ନାବାଳକଙ୍କୁ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିଥିଲେ ଏହାପରେ ତାଙ୍କ ମୁହଁରେ ପରିସ୍ରା କରିଥିଲେ। କେବଳ ସେତିକି ନୁହେଁ ଏହି ପୂରା ଘଟଣା ଭିଡିଓ ମଧ୍ୟ ରେକର୍ଡିଂ କରିଥିଲେ। ଯଦି ସେ ଏ ବିଷୟରେ କାହାକୁ କୁହେ ତେବେ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ।
ଡିସେମ୍ବର ୨୦ରେ ଏହି ଘଟଣା ଘଟିଥିବା ବେଳେ ଆଦିତ୍ୟ ଆମକୁ ୨୧ରେ ଜଣାଇଥିଲେ । ଏନେଇ ଆମେ ଅଭିଯୋଗ କରିବାକୁ ଯାଇଥିଲେ ବି ପୁଲିସ ଏତଲା ରଖିବାକୁ ରାଜି ହୋଇନଥିଲା। ଘରକୁ ଫେରିବା ପରେ ଅଭିଯୁକ୍ତମାନେ ପୁଣି ଥରେ ଆଦିତ୍ୟକୁ ଅପମାନିତ କରିଥିଲେ। ଏଥିରେ ଭାଙ୍ଗିପଡ଼ି ଆଦିତ୍ୟ ଜୀବନ ହାରିଥିଲା।
Powered by Froala Editor