ପୁଲିସ ଷ୍ଟେସନ ଯିବା ପୂର୍ବରୁ ପରିବାର ସହିତ ଏମିତି ମିଶିଲେ ଅଲ୍ଲୁ ଅର୍ଜୁନ
ନୂଆଦିଲ୍ଲୀ : ସାଉଥ୍ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ୪ ଡିସେମ୍ବରରେ ଫିଲ୍ମ ‘ପୁଷ୍ପା -୨’ ସ୍କ୍ରିନିଙ୍ଗ ସମୟରେ ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏହି ମାମଲାରେ ଅଲ୍ଲୁଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ଅଭିନେତା ପୁଲିସ ଷ୍ଟେସନରେ ହାଜର ହେବା ପାଇଁ ପହଞ୍ଚିଛନ୍ତି । ଘରୁ ଅଲ୍ଲୁ ଯିବା ପୂର୍ବରୁ ନିଜ ପତ୍ନୀଙ୍କୁ ଆଲିଙ୍ଗନ କରିବା ସହ ହାତ ମିଳାଇଛନ୍ତି । ତାଙ୍କ ଝିଅ ମଧ୍ୟ ଅଲ୍ଲୁଙ୍କୁ ଗାଡି ନିକଟରେ ଛାଡିଛନ୍ତି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
Powered by Froala Editor