ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ନାଁ

ଏଥର ବି ରାଜପଥରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଦେଖାଯିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼। ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ। ଏହାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଜାନୁଆରୀ ୨୬ ରେ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୂକ୍ତ ନକରିବା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଦିଲ୍ଲୀ ହେଉଛି ଭାରତର ରାଜଧାନୀ ଏବଂ ପ୍ରତିବର୍ଷ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ୨୬ ଜାନୁଆରୀରେ ପ୍ୟାରେଡରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ଗତ ଅନେକ ବର୍ଷ ଧରି ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳୁନାହିଁ | ଏହା କି ପ୍ରକାର ରାଜନୀତି? ସେମାନେ ଦିଲ୍ଲୀର ଲୋକଙ୍କୁ ଏତେ ଘୃଣା କରନ୍ତି କାହିଁକି?
କାହିଁକି ଦିଲ୍ଲୀର ଲୋକମାନେ ସେମାନଙ୍କ ପାଇଁ ଭୋଟ ଦେବେ? ସେମାନଙ୍କ ପାଖରେ ଦିଲ୍ଲୀବାସୀଙ୍କ ପାଇଁ କୌଣସି ଦୂରଦୃଷ୍ଟି ନାହିଁ। ସେମାନେ କେବଳ କେଜ୍ରିୱାଲଙ୍କୁ ଖରାପ ବ୍ୟବହାର କରିବା ଜାଣିଛନ୍ତି। ୨୬ ଜାନୁଆରୀ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ଓ ଦିଲ୍ଲୀର ଲୋକଙ୍କୁ ସାମିଲ ହେବାରେ କାହିଁକି ରୋକା ଯାଉଛି? ଦେଶର ରାଜଧାନୀ ପ୍ରତିବର୍ଷ ଜାନୁଆରୀ ୨୬ ପ୍ୟାରେଡରେ ସାମିଲ ହେବା ଦରକାର।”
ଏହାର ଜବାବରେ ବିଜେପିର ଦିଲ୍ଲୀ ମୁଖିଆ ବୀରେନ୍ଦ୍ର ସଚଦେବା କହିଛନ୍ତି, “ମୁଁ ତାଙ୍କୁ(କେଜ୍ରିୱାଲ) ପଚାରିବାକୁ ଚାହୁଁଛି ଯେ ସେ ପ୍ରଜ୍ଞାପନ ମେଢ଼ରେ କ’ଣ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି। ଭୟଙ୍କର ଓଭରପ୍ଲୋ ଯୋଗୁ ୬୦ ଜଣଙ୍କୁ ମୃତ୍ୟୁ ନା ଲୋକଙ୍କ ଟଙ୍କାକୁ ଲୁଟି ସେ କରିଥିବା ଶୀସ ମହଲ ଦେଖାଇବାକୁ ଚାହୁଁଛନ୍ତି?
Powered by Froala Editor