ଦୁଇ ଦିନ ପରେ ବି ସୁଧୁରିନି ଦୁଇ ସାଂସଦଙ୍କ ସ୍ଵାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ସଂସଦ ପରିସରେ ହୋଇଥିବା ଧକ୍କା କାଣ୍ଡକୁ ନେଇ ଥମୁନି ରାଜନୀତି। ଏହି ଘଟଣାରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ତେବେ ଦୁଇ ଦିନ ପରେ ସେମାନଙ୍କ ଅବସ୍ଥା କିଭଳି ରହିଛି। ସେ ନେଇ ସାଂସଦଙ୍କ ହେଲ୍ଥ୍ ଅପ୍ଡେଟ୍ ଜାରି କରିଛି ରାମ ମନୋହର ଲୋହିଆ ହସ୍ପିଟାଲ।
ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସ୍ୱାସ୍ଥ୍ୟ ଏବେବି ସୁଧୁରିନି। ପ୍ରତାପ ଷଡ଼ଙ୍ଗୀଙ୍କ ଗାଲ ହାଡ଼ ଫୁଲିବା ସହ ନୀଳ ପଡ଼ି ଯାଇଛି। ସେହିପରି ମୁକେଶ ରାଜପୁତଙ୍କ ମୁଣ୍ଡ ଏବେବି ବୁଲାଉଛି। ସେ ସ୍ଥିର ନାହାନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ଏକ୍ସ-ରେ ବାହାର କରାଯାଇଛି। ରିପୋର୍ଟ ଆସିବା ପରେ ହାଡ଼ ଭାଙ୍ଗିଛି କି ନାହିଁ ତାହା ସ୍ପଷ୍ଟ ହେବ। ତାଙ୍କ ଗାଲରେ ରକ୍ତ ଜମାଟ ବାନ୍ଧିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।ସେହିପରି ଏହି ଘଟଣାର ଦୁଇ ଦିନ ପରେ ବି ସାଂସଦ ମୁକେଶ ରାଜପୁତଙ୍କ ମୁଣ୍ଡା ବୁଲାଉଛି। ସେ ଅସ୍ୱସ୍ତିକର ଅନୁଭବ କରୁଛନ୍ତି। ଡାକ୍ତରୀ ଟିମ୍ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ପ୍ରକୃତରେ ଧକ୍କା ପରେ ମୁକେଶଙ୍କ ବ୍ଲଡ୍ ପ୍ରେସର ବଢ଼ି ଯାଇଥିଲା। ମାତ୍ର ଏବେ ତାହା ସ୍ଥିର ଥିବା ଡାକ୍ତର କହିଛନ୍ତି।
Powered by Froala Editor