ହାରିଗଲେ ବିବେକ, ଅଧୁରା ରହିଗଲା ପ୍ରେମ କାହାଣୀ
ସାତ ଜନ୍ମ ପାଇଁ ହାତ ଧରିଥିଲେ । ହେଲେ ବିଧାତାର ନିୟମ ଥିଲା ଅଲଗା । ଏ ଜନ୍ମରେ ନହେଲା ନାହିଁ ଆର ଜନ୍ମ ପାଇଁ କଥା ଦେଇ ହାତ ଛାଡି ଦେଇଛନ୍ତି ବିବେକ ପାଙ୍ଗେନି । କ୍ୟାନସର ଲଢ଼େଇ କରି ସେ ଆଜି ଆରି ଯାଇଛନ୍ତି । ଅଧୁରା ରହିଯାଇଛି ତାଙ୍କ ପ୍ରେମ କାହାଣୀ ।
ଦୁଇ ବର୍ଷ ଧରି ଚାଲିଥିବା କ୍ୟାନ୍ସର ସହ ଲଢ଼ୁଥିବା ଇଣ୍ଟରନେଟ୍ ସେନ୍ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଏକାକି ରହିଗଲେ ପତ୍ନୀ ଶ୍ରୀଜାନା ସୁବେଦୀ। ଜର୍ଜିଆ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନର ନେପାଳୀ ପିଏଚ୍ଡି ଛାତ୍ର ବିବେକ ପାଙ୍ଗେନି ୨୦୨୨ରେ ମସ୍ତିଷ୍କ ଟ୍ୟୁମରରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ଆମେରିକାରେ ତାଙ୍କ ଚିକିତ୍ସା ସମୟରେ ପାଖରେ ଛିଡ଼ା ହୋଇଥିଲେ ଶ୍ରୀଜାନା। ସ୍ବାମୀଙ୍କ ପ୍ରତି ତାଙ୍କ ଭଲପାଇବା ଥିଲା ଅଦ୍ୱିତୀୟ। ସୋସିଆଲ ମିଡିଆରେ ସେ ନିଜର ପ୍ରେମ କାହାଣୀ କହିବା ସହ ସହାୟତା ଲାଗି ନିବେଦନ କରୁଥିଲେ। ବିବେକଙ୍କ ସହ ତାଙ୍କର ଭିଡିଓ ଗୁଡ଼ିକ ବେଶ ଭାଇରାଲ ହେଉଥିଲା। ହେଲେ ତାହା ହୋଇପାରିନାହିଁ। ଗୁରୁବାର ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସେ।
ଶତଚେଷ୍ଟା ସତ୍ତ୍ୱେ ସ୍ବାମୀଙ୍କୁ ବଞ୍ଚାଇ ନ ପାରିବାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଶ୍ରୀଜାନା। ଗୁରୁବାର ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଶୋକର ଲହର ଖେଳିଯାଇଛି। ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛନ୍ତି।
Powered by Froala Editor