ହିନ୍ଦୁ ସଂଗଠନ ଉପରେ ଆକ୍ରମଣ ଯୋଜନା ପଣ୍ଡ, ୮ ଆତଙ୍କବାଦୀ ଗିରଫ

ଆସାମ ପୁଲିସ୍ର ସ୍ପେଶାଲ ଟାସ୍କ ଫୋର୍ସ ବା ଏସଟିଏଫ କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ବାଂଲାଦେଶର ଜଣେ ଆତଙ୍କବାଦୀ ମଧ୍ୟ ରହିଛି। ସେ କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦାର ସଦସ୍ୟ।
୧୭ ତାରିଖ ରାତିରେ ଏସ୍ଟିଏଫ୍ କେରଳ, ପଶ୍ଚିମବଙ୍ଗ ଏବଂ ଆସାମରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା। ସାରା ଦେଶରେ ବିଶେଷ କରି ଆସାମ ଓ ପଶ୍ଚିମବଙ୍ଗରେ ସ୍ଲିପର ସେଲ୍ ଗଠନ ପାଇଁ ସେମାନେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ କେରଳରୁ ଗିରଫ ହୋଇଥିବା ମହମ୍ମଦ ସାଦ୍ ରାଡ଼ି ଓରଫ ମହମଦ ସାବ୍ ଶେଖ୍ ବାଂଲାଦେଶୀ ହୋଇଥିବାବେଳେ ୨ ଜଣ ପଶ୍ଚିମବଙ୍ଗ ଏବଂ ୫ ଜଣ ଆସାମ ବାସିନ୍ଦା। ଗୋଇନ୍ଦା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିବା ଆସାମ ପୋଲିସ କହିଛି।
ଗିରଫ ୮ ଆତଙ୍କବାଦୀମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ସେମାନଙ୍କ ସବୁ ଯୋଜନାକୁ ଏସଟିଏଫ ପଣ୍ଡ କରିଦେଇଛି।
ଆରଏସଏସ ଓ ହିନ୍ଦୁ ସଂଗଠନକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବାଂଲାଦେଶର ନାଗରିକ ମହମଦ ସାବ୍ ଶେଖ୍ ନଭେମ୍ବର ମାସରେ ଭାରତ ଆସିଥିଲା। ସେ ଭାରତରେ ପହଞ୍ଚି ଆସାମ ଓ ପଶ୍ଚିମବଙ୍ଗରେ ଥିବା ନିଜର ସ୍ଲିପର ସେଲ୍ସକୁ ଆକିଭ୍ଟ କରିଥିଲା। ଏହାପରେ କେରଳ ଚାଲି ଯାଇଥିଲା ବୋଲି ଏସଟିଏଫ କହିଛି।
Powered by Froala Editor