ଏନ୍କାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ
ନୂଆଦିଲ୍ଲୀ: ଏନ୍କାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ସେନା ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି।
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନ୍କାଉଣ୍ଟର ପରେ ସୁରକ୍ଷାବାହିନୀର ପୁରା ଟିମ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। କୁଲଗାମ ଜିଲ୍ଲାର ବେହିବାଗ ଚଝର କଦ୍ଦର ଗ୍ରାମରେ ଏହି ଏନକାଉଣ୍ଟର ଚାଲିଛି। ଏବେବି ଉଭୟ ପାର୍ଶ୍ୱରୁ ଜୋରଦାର ଗୁଳି ବିନିମୟ ଜାରି ରହିଛି।ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଗୁଇନ୍ଦା ତଥ୍ୟ ମିଳିଥିଲା। ଏହି ଆଧାରରେ ଭାରତୀୟ ସେନା କୁଲଗାମରେ ମିଳିତ ଅପରେସନ ଆରମ୍ଭ କରିଛି। ଏହି ସମୟରେ ସେନାକୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଛି।
Powered by Froala Editor