ହୃଦଘାତରେ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ

ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ପୂର୍ବରୁ ହୃଦ୍ରୋଗରେ ପୀଡିତ ହୋଇ ଆମେରିକାର ସାନ ଫ୍ରାନ୍ସିସ୍କୋସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ରାଠୋର ହୁସେନ୍ଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଏକ୍ସରେ ପୋଷ୍ଟ କରି ସମବେଦନା ଜଣାଇଛନ୍ତି।
ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ । ହୁସେନଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୌରାସିଆ କହିଛନ୍ତି ଯେ ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗତ ସପ୍ତାହରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହୃଦ୍ ଜନିତ ସମସ୍ୟା ପାଇଁ ତାଙ୍କୁ ସାନ୍ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା ।
ଭାରତର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କ ମଧ୍ୟରୁ ଜାକିର ହୁସେନ ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମ ଭୂଷଣ ଏବଂ ୨୦୨୩ ରେ ପଦ୍ମଭୂଷଣ ଗ୍ରହଣ କରିଥିଲେ।
Powered by Froala Editor