ଖେଳୁଥିବାବେଳେ ଭୁଶୁଡ଼ିଲା ପାଣି ଟାଙ୍କି, ୩ ମୃତ

ଅରୁଣାଚଳ ପ୍ରଦେଶ ନାହରଲାଗୁନରେ ସ୍କୁଲରେ ପାଣି ଟାଙ୍କି ଭୁଶୁଡି ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଛାତ୍ରମାନେ ଆହାତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନାହରଲାଗୁନସ୍ଥିତ ଟୋମୋ ରିବା ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (TRIHMS)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ନାହରଲାଗୁନର ମଡେଲ ଗାଁରେ ଥିବା ସେଣ୍ଟ ଆଲଫୋନ୍ସା ନାମକ ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ପାଣି ଟାଙ୍କି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରମାନେ ୯ ଶ୍ରେଣୀର ପଢୁଥିବା ସୂଚନା ମିଳିଛି । ଗୁରୁତର ଛାତ୍ରମାନେ ୬ ଏବଂ ୭ ଶ୍ରୀଣୀର ବୋଲି ଜଣାପଡିଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଏସପି କହିଛନ୍ତି। ଏହି ମାମଲାରେ ପୁଲିସ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାଲିକ ଏବଂ ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
Powered by Froala Editor