ସେଣ୍ଟ୍ରାଲ ଜେଲରୁ ମୁକୁଳିଲେ ସାଉଥ୍ ସୁପରଷ୍ଟାର

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ। ହାଇକୋର୍ଟରୁ ଜାମିନ ମିଳିବା ସତ୍ତ୍ୱେ ଗତକାଲି କାହିଁକି ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇ ନଥିଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଅଲ୍ଲୁ ଅର୍ଜୁନଙ୍କ ଓକିଲ କହିଛନ୍ତି, ଜେଲ୍ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଅର୍ଡର କପି ପାଇଥିଲେ। ତଥାପି ତାଙ୍କୁ ରିଲିଜ କରି ନଥିଲେ। ତାଙ୍କୁ ଏମିତି ଅଟକ ରଖାଯିବା ବେଆଇନ। ଏହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଓକିଲ।
ଜେଲ୍ରୁ ବାହାରିବା ପରେ ଅଲ୍ଲୁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଭଲ ଅଛି। ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ସମସ୍ତ ପ୍ରକାର ସହଯୋଗ କରିବି।ଏହା ସହିତ ସେ ପୁଣି ଥରେ ସେହି ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ପୁଣି ଥରେ ସେହି ପରିବାରକୁ ମୋର ସମବେଦନା ଜଣାଉଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯାହା ଘଟିଲା, ସେଥିପାଇଁ ଆମେ ଦୁଃଖିତ।
Powered by Froala Editor