ଅନ୍ତଃବସ୍ତ୍ର ଏବଂ ସ୍ଲିପରରେ ଗଣେଶଙ୍କ ଚିତ୍ର, ବିରୋଧ କଲା ହିନ୍ଦୁ ସଂଗଠନ
ବ୍ରାଣ୍ଡ ପ୍ରମୋସନ ପାଇଁ ଏକ ବିଦେଶୀ କମ୍ପାନି ସବୁ ସୀମା ଡେଇଁଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।
ତେବେ ଏହା ପ୍ରଥମ ଥର ନୁହେଁ କି ହିନ୍ଦୁ ଦେବା ଦେବୀଙ୍କୁ ଏପରି ଭାବେ ବ୍ୟବହାର କରାଯାଇଛି। ଆଗରୁ ମଧ୍ୟ ଅନେକ ବାର ଏପରି ବିଭିନ୍ନ ଜିନିଷରେ ପ୍ରିଣ୍ଟ କରିବା କାରଣରୁ ବିବାଦ ଦେଖା ଦେଇଛି। ରିପୋର୍ଟ ଅନୁଯାୟୀ ୱାଲମାର୍ଟ ସାଇଟରେ ସ୍ଲିପର, ଅନ୍ତଃବସ୍ତ୍ର, ସ୍ୱିମ୍ସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଗଣେଶ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳିଛି।
ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଇ-କମର୍ସ କମ୍ପାନୀକୁ ସାଂସ୍କୃତିକ ଅଜ୍ଞତା ଏବଂ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି। ୱାଲମାର୍ଟ ଏହି ବିବାଦୀୟ ଆଇଟମଗୁଡିକ ସାଇଟରୁ ହଟାଇବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
Powered by Froala Editor