ପ୍ରୋବା-୩ ସାଟେଲାଇଟର ସଫଳ ଉତକ୍ଷେପଣ କଲା ଇସ୍ରୋ
ପୁଣି ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ମିଶନକୁ ଉତକ୍ଷେପଣ କରିଛି। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହୋଇଛି ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯ ।
ପିଏସଏଲଭି-ସି୫୯ ରକେଟରୁ ପ୍ରୋବା-୩ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି ରକେଟ ନିଜ ସହ ଦୁଇଟି ଉପଗ୍ରହ ନେଇଥିଲା ଯାହା ପରସ୍ପର ସହ ସମନ୍ୱୟ ରକ୍ଷା କରିବ ଏବଂ ସୂର୍ଯ୍ୟଙ୍କ ବଳୟ ଉପରେ ଅଧ୍ୟୟନ କରିବ । ପୂର୍ବରୁ ଏହି ଅଭିଯାନକୁ ବୁଧବାର ଉତକ୍ଷେପଣ କରାଯିବାର ଥିଲା, କିନ୍ତୁ ମହାକାଶଯାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା।
ପ୍ରୋବା-୩ ନିର୍ମାଣ କ୍ଷେତ୍ରରେ ଇଟାଲୀ, ସ୍ପେନ୍, ବେଲଜିୟମ, ସୁଇଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶ ଯୋଗଦାନ ଦେଇଛନ୍ତି। ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ । ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି । ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ । ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର ।
Powered by Froala Editor