ପ୍ରଣବପ୍ରକାଶଙ୍କ ଭାଇ ଭବ ଦାସ ଗିରଫ

ଯାଜପୁର: ବିଜେଡି ନେତା ପ୍ରଣବପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ ଲଲଙ୍କୁ ଗିରଫ କରିଛି ପୁଲିସ । ଯାଜପୁର ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ତାଙ୍କୁ ଗିରଫ କରି ଏସଡିଜେଏମଙ୍କ ବାସଭବନକୁ ଆଣିଥିବା ଜଣାଯାଇଛି । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ ଏସ୍ଡିଜେଏମ୍ଙ୍କ ବାସଭବନକୁ ନେଇଛି ପୁଲିସ।
Powered by Froala Editor