ଏକତରଫା ପ୍ରେମ, ସ୍କୁଲ କ୍ୟାମ୍ପସରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା
ତାମିଲନାଡୁର ତାଞ୍ଜାଭୁରର ସ୍କୁଲ କ୍ୟାମ୍ପସରେ ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଏକତରଫା ପ୍ରେମିକ ଶିକ୍ଷୟିତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ସେ ଗୁରୁମାଙ୍କୁ ପାଗଳଙ୍କ ଭଳି ଭଲ ପାଇବା ସହ ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲା। ସେ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କର ହତ୍ୟା କରିଛି।
ବୁଧବାର ସକାଳେ ତାମିଲନାଡୁର ତାଞ୍ଜାଭୁର ମାଲ୍ଲିପଟନମ ସରକାରୀ ସ୍କୁଲରେ ୨୬ ବର୍ଷୀୟ ଗୁରୁମା ରମଣୀ ରହିଥିବା ବେଳେ ୩୦ ବର୍ଷୀୟ ମଦନ ପ୍ରବେଶ କରିଥିଲା। ଏହାପରେ ସେ ରମଣୀଙ୍କ ତଣ୍ଟିକୁ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ରମଣୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।
ପୁଲିସ ମଦନଙ୍କୁ ଗିରଫ କରି ପଚରାଉଚରା କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ଏକ ବ୍ୟକ୍ତିଗତ କାରଣକୁ ନେଇ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ତଦନ୍ତରୁ ଜଣାପଡ଼ିଛି ଯେ ମଦନ ଏକତରଫା ଭାବେ ରମଣୀଙ୍କୁ ଭଲ ପାଉଥିଲା। ନିକଟରେ ମଦନର ପରିବାର ଲୋକ ବାହାଘର ପ୍ରସ୍ତାବ ନେଇ ରମଣୀଙ୍କ ଘରା ପହଞ୍ଚିଥିଲେ। ଉଭୟ ପରିବାର ଏକାଠି ବସିବା ସହ ଉଭୟଙ୍କ ବାହାଘର ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ରମଣୀ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି।
Powered by Froala Editor