Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ...

  • କେରଳରେ ପ୍ରବେଶ କଲା ମୌସୁମୀ

  • ତୃତୀୟ ବିବାହ କରିବେ ଅମିର ଖାନ୍

  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ...

  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ...

  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ...

  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ...

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ...

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ...

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

Home ›› ››ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

2024-11-12 07:49:46
13922
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଟାଉନ୍ ଥାନାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ ଭେଇକିଲ୍‌ ଜୋନ’ କରାଯାଇଛି। ସବୁ ବିଭାଗ ଅଧିକାରୀଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।
ମନ୍ଦିର ଭିତରେ ଚାଲିଥିବା ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବନ୍ଦ ସମ୍ପର୍କରେ ଅପେକ୍ଷାରତ ଭକ୍ତଙ୍କୁ ସୂଚନା ଦିଆଯିବ। ସୁରକ୍ଷା ଦାୟିତ୍ବରେ ୪୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ତଦାରଖ ପାଇଁ ୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୧୪ ଉପଆରକ୍ଷୀ ଅଧୀକ୍ଷକ, ୩୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ପୌର ସଂସ୍ଥା ପକ୍ଷରୁ ଭକ୍ତଙ୍କ ପାଇଁ ମରିଚିକୋଟ ଛକରେ ଅସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ଖୋଲାଯାଇଛି। ମନ୍ଦିର ପ୍ରଶାସନ ତରଫରୁ ଚାରିଦ୍ୱାର ସମ୍ମୁଖରେ ମାଗଣା ଜୋତା ଷ୍ଟାଣ୍ଡ ରହିଛି। ଶ୍ରଦ୍ଧାଳୁଙ୍କ ସହାୟତା ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି। ଭିଡ଼କୁ ଦୃ‌ଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାଧା ପୋଷାକଧାରୀ ପୁଲିସ୍ ମୁତୟନ କରାଯାଇଛି।
ପୁରୀରେ ପଞ୍ଚୁକ ବ୍ରତ ପାଳନ ପାଇଁ ଆଉ ପ୍ରାୟ ୧୦ ହଜାର ହବିଷ୍ୟାଳୀ ଆସି ପହଞ୍ଚିଛନ୍ତି। ସୋମବାର ପ୍ରାୟ ୬୦ରୁ ୭୦ ହଜାର ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ୧୫ରେ କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଉଦଯାପନ କରିବେ। ସେଦିନ ଡଙ୍ଗା ଭସାଇବା ପାଇଁ ସମୁଦ୍ର ଏବଂ ତୀର୍ଥ ପୁଷ୍କରିଣୀ ଗୁଡିକରେ ପ୍ରବଳ ଭିଡ଼ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ଲୋକଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିର ଭିତରକୁ ଛଡାଯାଉଛି। ତେବେ ବଡ଼ଦାଣ୍ଡରେ ଏବଂ ମନ୍ଦିର ଚାରିପାଖରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ଏଥିଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚୁକ ସମୟରେ ଭକ୍ତଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ ଏବଂ ଅସ୍ଥାୟୀ ବିଶ୍ରାମ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନଥିବାରୁ ସେମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।

Powered by Froala Editor

Tags Puri temple

Related articles Odisha News Lens 4.1

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’
    ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15808
    Jun 03, 2026
  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ
    ଦେଶ-ଦେଶାନ୍ତର

    ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ

    13669
    Jun 03, 2026
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15629
    Jun 03, 2026
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13558
    Jun 04, 2026
  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର
    ଦେଶ-ଦେଶାନ୍ତର

    ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର

    14668
    Jun 04, 2026
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15529
    Jun 04, 2026
  • କେରଳରେ ପ୍ରବେଶ କଲା ମୌସୁମୀ
    ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14394
    Jun 04, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା
    ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13760
    Jun 04, 2026
  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14441
    Jun 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15808
    Jun 03, 2026
  • ଦେଶ-ଦେଶାନ୍ତର

    ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14441
    Jun 04, 2026
  • ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14394
    Jun 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16905
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17523
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17572
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17960
    Sep 06, 2023

ବିଶେଷ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14697
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14677
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15220
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15289
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14895
    May 29, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15448
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15192
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15677
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14016
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13558
    Jun 04, 2026
  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15629
    Jun 03, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13760
    Jun 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In