ନିଜ ସ୍ୱାମୀ ଡାନିଏଲ୍ଙ୍କୁ ଦ୍ୱିତୀୟ ଥର ବିବାହ କଲେ ସନୀ

ବଲିଉଡ ଅଭିନେତ୍ରୀ ସନୀ ଲିଓନ୍ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୌଣସି ହିନ୍ଦୀ ଫିଲ୍ମ ଅଭିନେତା କିମ୍ବା କୌଣସି ବଡ଼ ବ୍ୟବସାୟୀଙ୍କୁ ନୁହେଁ ବରଂ ନିଜ ସ୍ୱାମୀ ଡାନିଏଲ୍ ୱେବରଙ୍କୁ ହିଁ ସନୀ ଆଉଥରେ ବିବାହ କରିଛନ୍ତି । ୧୨ ବର୍ଷ ପରେ ଦମ୍ପତି ପୁଣି ଥରେ ବିବାହ କରିଛନ୍ତି। ସନୀ ଏବଂ ଡାନିଏଲ୍ ସେମାନଙ୍କର ବିବାହ ଶପଥକୁ ନବୀକରଣ କରିଛନ୍ତି। ଅକ୍ଟୋବର ୩୧ରେ ମାଲଦ୍ୱୀପରେ ଏକ ବ୍ୟକ୍ତିଗତ ସମାରୋହରେ ଏହି ଦମ୍ପତି ବିବାହ କରିଛନ୍ତି।
ଏହି ବିବାହ ଉତ୍ସବରେ ଦମ୍ପତିଙ୍କ ତିନି ସନ୍ତାନ ନିଶା, ନେହା ଏବଂ ଅଶର ଅଂଶଗ୍ରହଣ କରିଥିଲେ। ତେବେ ସନୀ ଏବଂ ଡାନିଏଲ ଏପର୍ଯ୍ୟନ୍ତ ବିବାହ ଫଟୋ ଶେୟାର କରିନାହାଁନ୍ତି।
୧୩ ବର୍ଷ ପୂର୍ବେ ସନୀ ବୟଫ୍ରେଣ୍ଡ୍ ଡାନିଏଲଙ୍କୁ ବିବାହ କରିଥିଲେ । ତେବେ ପୁଣିଥରେ ବିବାହ କରିବା ପାଇଁ ସନୀ ଏବଂ ଡାନିଏଲ୍ ଉଭୟଙ୍କ ଇଚ୍ଛା ଥିଲା । କିନ୍ତୁ ଏହି ମ୍ୟାରେଜକୁ ସେମାନଙ୍କଠୁ ଅଧିକ ତାଙ୍କ ପିଲାମାନେ ଉପଭୋଗ କରନ୍ତୁ ବୋଲି ସେମାନେ ଚାହୁଁଥିଲେ । ସେଥିପାଇଁ ଦୁହେଁ ୩ ପିଲାଙ୍କ ସହ ମିଶି ମାଳଦ୍ୱୀପରେ ମ୍ୟାରେଜ୍ ପାର୍ଟିର ଆୟୋଜନ କରିଥିବା ଚର୍ଚ୍ଚା ହେଉଛି ।
୨୦୧୧ ମସିହାରେ ଆମେରିକୀୟ ଫିଲ୍ମ ଅଭିନେତା ତଥା ବିଜନେସ ମ୍ୟାନ୍ ଡାନିଏଲଙ୍କ ହାତ ଧରିଥିଲେ ସନୀ । ୨୦୧୭ରେ ସନୀ ଓ ଡାନିଏଲ୍ ମହାରାଷ୍ଟ୍ରର ଲାତୁରରୁ ଝିଅ ନିଶାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଏହାପରେ ୨୦୧୮ରେ ସରୋଗେସି ଜରିଆରେ ସନୀ ଯାଆଁଳା ସନ୍ତାନଙ୍କ ମା' ହୋଇଥିଲେ ।
୨୦୧୨ରେ ମୁକ୍ତିଲାଭ କରିଥିବା ପୂଜା ଭଟ୍ଟଙ୍କ ଫିଲ୍ମ 'ଜିସ୍ମ ୨' ସହିତ ସନ୍ନି ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଜ୍ୟାକ୍ପଟ୍', 'ରାଗିଣୀ ଏମ୍ଏମ୍ଏସ୍', 'ଏକ ପହେଲି ଲୀଲା' ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଶେଷ ଥର ପାଇଁ ସନୀ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଥ୍ରିଲର୍ ଫିଲ୍ମ "କେନେଡି"ରେ ନଜରକୁ ଆସିଥିଲେ ।
Powered by Froala Editor