ଦୁର୍ଘଟଣାରେ ମାଆ-ଝିଅ ମୃତ, ବାପ-ପୁଅ ଗୁରୁତର
ମଥାନୀ: ସୋମବାର ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ରେଳ ପୋଲ ନିକଟରେ ଦୁର୍ଘଟଣା ଘଟି ମା ଝିଅ ପ୍ରାଣ ହରାଇଥିବା ବେଳେ ବାପ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାଲେଶ୍ୱର ସଦର ଥାନା ଅଧୀନ ଠୁଲଙ୍ଗ ସାହିର ଦେବଦତ୍ତ ମହାପାତ୍ର ସ୍ତ୍ରୀ ରେଣୁକା (୩୪) ପୁଅ ସୌରଭ ଓ ଝିଅ ହିମାଂଶୀଙ୍କ ସହ ରୂପସା ଥାନା ଅନ୍ତର୍ଗତ ଜମୁନିଆ ଶ୍ୱଶୁର ଘରକୁ ବୁଲିବା ପାଇଁ ସକାଳେ ଆସିଥିଲେ । ଖାଇସାରି ଅପରାହ୍ନରେ ଘରକୁ ଯିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ସମସ୍ତେ ରାସ୍ତାରେ ଛିଟିକି ପଡିଥିବା ବେଳେ ଟ୍ରକ ମାଡିଯିବାରୁ ଘଟଣା ସ୍ଥଳରେ ମା ଓ ଝିଅ ପ୍ରାଣ ହରାଇଥିଲେ । ବାପ ଓ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକଟି ସେଠାରୁ ଫେରାର ହୋଇଯାଇଥିଲା । ଜାତୀୟ ରାଜପଥ ବିଭାଗର ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବାଲେଶ୍ୱରର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।
Powered by Froala Editor