ପଶ୍ଚିମବଙ୍ଗ ଓ ଦିଲ୍ଲୀର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗ ଓ ଦିଲ୍ଲୀର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ରାଜ୍ୟର ବୟସ୍କଙ୍କ ସେବା କରିବାରୁ ସେ ବଞ୍ଚିତ ହେଉଥିବାରୁ ଏପରି କ୍ଷମା ପ୍ରାର୍ଥନା କରିଛନ୍ତି। ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ରାଜନୈତିକ କାରଣରୁ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନଥିବାରୁ ଏହି ସବୁ ରାଜ୍ୟର ବୟସ୍କ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ।
ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦୁଇ ରାଜ୍ୟର ବୃଦ୍ଧବୃଦ୍ଧାମାନେ ଏହାର ସମ୍ପ୍ରସାରିତ କାର୍ଯ୍ୟକ୍ରମ ଅଧୀନରେ ମାଗଣା ଚିକିତ୍ସାର ଲାଭ ପାଇବାରେ ସକ୍ଷମ ହୋଇନଥିବାରୁ ସେ ଦୁଃଖିତ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ମୋଦି ବେଙ୍ଗଲ ଓ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ଦିଲ୍ଲୀ ଓ ବେଙ୍ଗଲରେ ଥିବା ବରିଷ୍ଠ ନାଗରିକମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିବାକୁ ସକ୍ଷମ ହେବେ ନାହିଁ। କାରଣ ସେମାନଙ୍କ ସରକାରମାନେ ରାଜନୀତିକ ଅଭିସନ୍ଧି ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି।
Powered by Froala Editor