Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ...

  • ଇପିଏଫ୍ଓ ବେତନ ସୀମା ବୃଦ୍ଧି : ...

  • ଦିନେ ଜଙ୍ଗଲରେ ବସି ପାଠ ପଢ଼ୁଥିଲେ, ଆଜି ...

  • ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ...

  • ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ...

  • ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ...

  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ...

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ...

ରାଜ୍ୟ
Home ›› ରାଜ୍ୟ ››ଆଉ ଦିନେ ଦୁଇ ଦିନ ପରିଶ୍ରମ କରନ୍ତୁ, ଜନ ସାଧାରଣଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ - କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆଉ ଦିନେ ଦୁଇ ଦିନ ପରିଶ୍ରମ କରନ୍ତୁ, ଜନ ସାଧାରଣଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ - କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

2024-10-25 17:59:34
15412
Share:
Facebook
Twitter
E-Mail
WhatsApp
Telegram
ଆଉ ଦିନେ ଦୁଇ ଦିନ ପରିଶ୍ରମ କରନ୍ତୁ, ଜନ ସାଧାରଣଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ - କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି।


ସମୀକ୍ଷା ପରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗ ପାଇଁ ଆମେ ବାତ୍ୟା ମୁକାବିଲାରେ ସଫଳ ହୋଇଛୁ। ଆମେ ଆମର zero casualty ଲକ୍ଷ୍ୟ ହାସଲ କରି ପାରିଛୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଣ ମାଧ୍ୟମ ମଧ୍ୟ ପ୍ରତି ମୁହୂର୍ତ୍ତରେ ଖବର ଦେଇ ଜନ ସାଧାରଣଙ୍କୁ ସତର୍କ ଓ ସରକାରଙ୍କୁ ପଦକ୍ଷେପ ନେବାକୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମକୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ।


କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ କଠିନ ପରିଶ୍ରମ କରି ମୁକାବିଲା କାର୍ଯ୍ୟକୁ ସଫଳ କରିଛନ୍ତି। ଆଉ ୨୪ ରୁ ୪୮ ଘଣ୍ଟା ପରିଶ୍ରମ କଲେ ଆମର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ସଫଳ ହେବ ବୋଲି ସେ କହିଥିଲେ।


ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ କାଲି ସନ୍ଧ୍ୟା ସୁଦ୍ଧା ଆମର ଆଶ୍ରୟ ସ୍ଥଳୀଗୁଡିକୁ ପ୍ରାୟ 8 ଲକ୍ଷ ଲୋକ ଆସି ସୁରକ୍ଷିତ ଭାବରେ ରହିଥିଲେ । 


ପୁନରୁଦ୍ଧାର କାର୍ଯ୍ୟ ଉପରେ ସୂଚନା ଦେଇ ସେ କହିଲେ ଯେ, ତଥ୍ଯ ଅନୁଯାୟୀ ସବୁ ପ୍ରମୁଖ ରାସ୍ତା ଗୁଡିକ ଅବରୋଧ ହଟାଯାଇ ଗମନାଗମନ ଉପଯୋଗୀ କରାଯାଇଅଛି । 


ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପ୍ରକ୍ରିୟା ଜାରି ରହିଛି । ସମୁଦାୟ ୨୨.୪୩ ଲକ୍ଷ ଘରେ ବିଜୁଳି ବାଧାପ୍ରାପାପ୍ତ ହୋଇଥିଲା । ତନ୍ମଧ୍ୟରୁ ୧୪.୮୦ ଲକ୍ଷ ଘରକୁ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ବିଜୁଳି ଯୋଗାଣ କରାଯାଇସାରିଛି ।


 ଏବେ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥା ପୁନକ୍ଷମ  କାର୍ଯ୍ୟ ଚାଲୁରହିଛି । ଯେଉଁ ଅଞ୍ଚଳରେ ବର୍ଷା ଲାଗି ରହିଛି ସେଠାରେ restoration କରିବା ପାଇଁ ଆଉ କିଛି ସମୟ ଲାଗିବ । ଶକ୍ତି ବିଭାଗ ପ୍ରମୁଖ ସଚିବ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଉପସ୍ଥିତ ରହି restoration  କାମ ତଦାରଖ କରି କାମ ତ୍ୱରାନ୍ୱିତ କରୁଛନ୍ତି ବୋଲି ସେ କହିଥିଲେ।

 ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେଇଯିବ ବୋଲି ସେ କହିଥିଲେ।



କୃଷି କ୍ଷେତ୍ରରେ ପ୍ରାରମ୍ଭିକ ଆକଳନରୁ (Eye estimate) ଜଣାଯାଇଛି ଯେ ୧.୭୫ ଲକ୍ଷ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି । ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ମଧ୍ୟ ଦିଆଯିବ । 

ଘରଭଙ୍ଗା ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ଆସିଯିବ । ଫସଲ କ୍ଷତି ଏବଂ ଘରଭଙ୍ଗା ପାଇଁ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।


ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଗୁଡିକ ଠିକ୍ ଚାଲିଛି ସବୁ ଆଶ୍ରୟସ୍ଥଳରେ ମେଡିକାଲ୍ ଟିମ୍ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଡାକ୍ତରଖାନା ଓ ମା ଗୃହ ଗୁଡିକରେ ପ୍ରାୟ ୨୨୦୦ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଟି ହେଉଛନ୍ତି ଜାଆଁଳା ଶିଶୁ । ସବୁ ସ୍ଥାନରେ ମା ଓ ଶିଶୁମାନେ  ସୁସ୍ଥ ଓ  ସୁରକ୍ଷିତ ଅଛନ୍ତି । 


ଯେଉଁ ଜାଗାରେ ପାଣି ଜମି ରହିଛି, ଲୋକଙ୍କ ଘର ଭାଙ୍ଗିଛି, ସେଠାରେ ଲୋକମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି ବୋଲି ସେ କହିଥିଲେ।


ପୋଲିସ୍ ଫୋର୍ସ ମଧ୍ୟ ସବୁ ଜାଗାରେ ମୁତୟନ ଅଛନ୍ତି । ସମୁଦାୟ ୧୫୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି ।  ଲୋକଙ୍କୁ ନେବା ଆଣିବାରେ ପୋଲିସ୍ ସହାୟତା ଯୋଗାଇଦେଉଛି । ଆଶ୍ରୟସ୍ଥଳୀ ଗୁଡିକୁ ସୁରକ୍ଷା ଯୋଗାଇଦେଉଛନ୍ତି। ପୋଲିସ ବାହିନୀର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ଭଲ କାମ କରିଛନ୍ତି। ସହାନୁଭୂତିଶିଳ ହୋଇ କାମ କରୁଛନ୍ତି। ଲୋକ ମାନେ ପୋଲିସର ମାନବୀୟ ରୂପ ଦେଖିବାକୁ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ...
    ଦେଶ-ଦେଶାନ୍ତର

    ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ...

    15080
    Oct 03, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
    ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14613
    Oct 02, 2026
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...
    ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14457
    Oct 03, 2026
  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    15069
    Oct 03, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ
    ବାଣିଜ୍ୟ

    ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    13663
    Oct 03, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ
    ଦେଶ-ଦେଶାନ୍ତର

    ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    15151
    Oct 02, 2026
  • ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଉପଗ୍ରହ
    ଦେଶ-ଦେଶାନ୍ତର

    ଉତକ୍ଷେପଣ ହେଲା ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ଉପଗ୍ରହ

    13989
    Oct 03, 2026
  • ଇପିଏଫ୍ଓ ବେତନ ସୀମା ବୃଦ୍ଧି :  କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି ...
    ଦେଶ-ଦେଶାନ୍ତର

    ଇପିଏଫ୍ଓ ବେତନ ସୀମା ବୃଦ୍ଧି : କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି ...

    13922
    Oct 03, 2026
  • ଦିନେ ଜଙ୍ଗଲରେ ବସି ପାଠ ପଢ଼ୁଥିଲେ, ଆଜି ଏସ୍‌ଡିଏମ୍‌
    ଦେଶ-ଦେଶାନ୍ତର

    ଦିନେ ଜଙ୍ଗଲରେ ବସି ପାଠ ପଢ଼ୁଥିଲେ, ଆଜି ଏସ୍‌ଡିଏମ୍‌

    13917
    Oct 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇପିଏଫ୍ଓ ବେତନ ସୀମା ବୃଦ୍ଧି : କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    13922
    Oct 03, 2026
  • ଦେଶ-ଦେଶାନ୍ତର

    ଫ୍ଲାଏଦୁବାଇ ବିମାନ ଘଟଣା: ଇରାନ ଉପରେ ଆମେରିକା ଜୋରଦାର୍‌ ଆକ୍ରମଣ କରିବ ବୋଲି ଚେତାବନୀ ଦେଲେ ଟ୍ରମ୍ପ

    15080
    Oct 03, 2026
  • ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14613
    Oct 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17147
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17838
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17801
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18214
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15411
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14082
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15821
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15389
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14761
    Sep 18, 2026

ବାଣିଜ୍ୟ

ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15328
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15047
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14397
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14345
    Sep 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିନେ ଜଙ୍ଗଲରେ ବସି ପାଠ ପଢ଼ୁଥିଲେ, ଆଜି ଏସ୍‌ଡିଏମ୍‌

    13917
    Oct 03, 2026
  • ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ଆଦାନୀ

    15212
    Oct 03, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14613
    Oct 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In