ବାତ୍ୟା ପ୍ରକୋପ କମିଛି, କମିନି ଦୁର୍ଦ୍ଦଶା : ଏହି ୫ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି

ବାତ୍ୟାର ପ୍ରଭାବ ହ୍ରାସ ପାଇଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ସମସ୍ୟା । ବାତ୍ୟା ପରେ ଏବେ ସମୁଦ୍ର ପାଣି ମାଡ଼ି ଆସିବ । ସମୁଦ୍ରରେ ବଡ଼ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଉଚ୍ଚ ଜୁଆରକୁ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାଛଡା ବାତ୍ୟା ‘ଦାନା’ ଯୋଗୁଁ କେନ୍ଦ୍ରାପଡ଼ା ବ୍ୟତୀତ ଉତ୍ତର ଓଡ଼ିଶାର ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାବାସୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦିନ ତମାମ ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି। ଏହି ସବୁ ଜିଲ୍ଲାଗୁଡ଼ିକରେ ଗତ ୨୩ ତାରିଖ ଠାରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୬ରେ ମଧ୍ୟ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲ ଛୁଟି ଘୋଷଣା କରାଯାଇଛି।
ରାଜ୍ୟରେ ବାତ୍ୟାର ପ୍ରଭାବ ହ୍ରାସ ପାଇଥିଲେ ହେଁ ଅକ୍ଟୋବର ୨୫ରେ ୫ଟି ରାଜ୍ୟରେ ସ୍କୁଲ ଓ ଅଙ୍ଗନବାଡ଼ କେନ୍ଦ୍ର ବନ୍ଦ ରହିବ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝରରେ ସ୍କୁଲ ଓ ଅଙ୍ଗନବାନି କେନ୍ଦ୍ର ବନ୍ଦ ରହିବ । ବାତ୍ୟା ‘ଦାନା’ ପ୍ରଭାବରେ ଏହି ସବୁ ଜିଲ୍ଲାମାନଙ୍କରେ ଅତ୍ୟଧିକ ବର୍ଷା ଜାରି ରହିଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor