Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ...

  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ...

  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

  • ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ...

  • ହରିଦ୍ୱାରରେ ୭ ହଜାର ମେଟ୍ରିକ ଟନ୍ ...

  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ...

  • ଆମେରିକୀୟ ସେନା ହେଲିକପ୍ଟର ...

  • JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ...

  • ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ...

  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ...

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

2024-10-25 14:53:13
13985
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର-ତା ୨୫.୧୦.୨୦୨୪- ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ  । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ବଳିଷ୍ଠ ନେତୃତ୍ୱ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ବିଭାଗୀୟ କମିଶନର ତଥା ଶାସନ ସଚିବ, ରାଜ୍ୟ ଓ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଓ ସମ୍ମିଳିତ ନିରନ୍ତର ଉଦ୍ୟମ ମାଧ୍ୟମରେ ରାଜ୍ୟ ସରକାର ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବାତ୍ୟା ‘ଦାନା’କୁ ପ୍ରତିହତ କରି ସମସ୍ତଙ୍କର ସାଧୁବାଦର ପାତ୍ର ହୋଇପାରିଛି  ।
ବାତ୍ୟା ଆସିବାର ଅବ୍ୟବହିତ ପୂର୍ବରୁ ୧୪ଟି ଜିଲ୍ଲାର ୩୪ହଜାର ୮୦ଜଣ ଗର୍ଭବତୀ ମହିଳାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଚଳିତ ସପ୍ତାହରେ ପ୍ରସବ ତାରିଖ ଥିବା ୯ହଜାର ୮୭୭ ଜଣ ମହିଳାଙ୍କ ମଧ୍ୟରୁ ୪ହଜାର ୭୯୭ଜଣ ମହିଳାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାର ପ୍ରସବ କେନ୍ଦ୍ର/ମା’ଗୃହକୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୬୨ଜଣଙ୍କୁ ଏହିପରି ମୋଟାମୋଟି ୪୮୫୯ ମହିଳାଙ୍କୁ ପ୍ରସବ କେନ୍ଦ୍ର/ମା’ଗୃହକୁ ବିଭାଗ ପକ୍ଷରୁ ସ୍ଥାନାନ୍ତରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨୦୧ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି । ତା’ ମଧ୍ୟରୁ ୧୮୫୮ଜଣ ସାଧାରଣ ପ୍ରସବ ଏବଂ ୩୪୩ଜଣ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ସମସ୍ତ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ରଖାଯାଇ ସେମାନଙ୍କ ପ୍ରସବ ପରବର୍ତ୍ତୀ ଅବସ୍ଥାର ଯତ୍ନ ନିଆଯାଉଛି । ଆନନ୍ଦର କଥା, ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।


ବାତ୍ୟା ସମୟରେ କୌଣସି ପ୍ରସବଜନିତ ମାତୃ ମୃତ୍ୟୁ ହୋଇନାହିଁ । ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୁଣାତ୍ମକ ଏବଂ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରମାଣିତ କରୁଛି । ପାଣିପାଗ ଅନୁକୂଳ ହେବା ଏବଂ ସେମାନଙ୍କ ରହିବାର ସୁବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରହିବାର ବ୍ୟବସ୍ଥା କରାଯାଇଛି ।
ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ତିନୋଟି ଜିଲ୍ଲା ଯଥା କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ତିନି ଜଣ ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହାୟତା ନିମନ୍ତେ ଅବସ୍ଥାପିତ କରାଯାଇଛି । ତା’ ସହିତ ଜିଲ୍ଲାଗୁଡ଼ିକରେ ୨୮ଜଣ ଡ଼ାକ୍ତର ଏବଂ ବିଭିନ୍ନ ବର୍ଗର ୪୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ୧୨୪୦ଟି ଜେନେରେଟରକୁ ଇନ୍ଧନ ସହ ପ୍ରସ୍ତୁତ କରି ରଖାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ ଏବଂ ଅନ୍ୟାନ୍ୟ ଦରକାରୀ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ କରି ରଖାଯାଇଥିଲା । ତା’ ସହ ରକ୍ତଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ମହଜୁଦ୍ ରଖାଯାଇଥିଲା । ୧୪ଟି ଜିଲ୍ଲାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୨୩୮ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳକୁ ନିୟୋଜିତ କରାଯାଇଥିଲା । ପ୍ରତ୍ୟେକ ବାତ୍ୟା ଆଶ୍ରୟ କେନ୍ଦ୍ରରେ ଆଶାକର୍ମୀମାନଙ୍କୁ ନିୟୋଜନ କରାଯାଇଥିଲା ଏବଂ ଦିନକୁ ଦୁଇଥର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଲୋକମାନଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି ।


ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଓ ଝାଡ଼ାବାନ୍ତିର ପ୍ରକୋପକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଯଥେଷ୍ଟ ପରିମାଣର ହାଲୋଜେନ ବଟିକା, ବ୍ଲିଚିଂ ପାଉଡର୍, ଓଆରଏସ ଏବଂ ଅନ୍ୟାନ୍ୟ ଔଷଧ ଆଶାଦିଦିଙ୍କ ପର୍ଯ୍ୟନ୍ତ ଉପଲବଧ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ, କର୍ମଚାରୀ ବିଶେଷ କରି ତୃଳମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମହାଲିଙ୍ଗ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଶୂନ ମୃତ୍ୟୁ ଆହ୍ୱାନକୁ ଚରିତାର୍ଥ କରିବାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୋଟାମୋଟି ଭାବରେ ସଫଳ ହୋଇଥିବାରୁ ମନ୍ତ୍ରୀ ଡ଼. ମହାଲିଙ୍ଗ ବିଭାଗର ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

Powered by Froala Editor

Tags Chief Minister Mohan Charan Majhi

Related articles Odisha News Lens 4.1

  • ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଆମେରିକୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

    15653
    Aug 13, 2026
  • ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ,  ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ, ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ

    14062
    Aug 14, 2026
  •  ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ...
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ପ୍ରଦାନ କଲେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ...

    14209
    Aug 14, 2026
  • JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ
    ଦେଶ-ଦେଶାନ୍ତର

    JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ

    15745
    Aug 13, 2026
  • ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ
    ଦେଶ-ଦେଶାନ୍ତର

    ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ

    13744
    Aug 13, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି
    ବାଣିଜ୍ୟ

    ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    13495
    Aug 13, 2026
  • ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ
    ଦେଶ-ଦେଶାନ୍ତର

    ବାସଭବନରୁ ବିଡ଼ା ବିଡ଼ା ନଗଦ ଟଙ୍କା ମିଳିବା ଘଟଣା : ଜଷ୍ଟିସ୍ ଯଶୱନ୍ତ ବର୍ମା ଦୋଷୀ

    13812
    Aug 13, 2026
  • କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ
    ଦେଶ-ଦେଶାନ୍ତର

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ

    13474
    Aug 14, 2026
  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15259
    Aug 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ

    15745
    Aug 13, 2026
  • ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ, ୧୮ତମ ବ୍ରିକ୍ସ ସମ୍ମିଳନୀରେ ଦେବେ ଯୋଗ

    14062
    Aug 14, 2026
  • ଦେଶ-ଦେଶାନ୍ତର

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ

    13474
    Aug 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17029
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17642
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17693
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18094
    Sep 06, 2023

ବିଶେଷ

  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14444
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14521
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14358
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15937
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16350
    Aug 02, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    13970
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14358
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15262
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14633
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣ ଧମକ

    15259
    Aug 14, 2026
  • ଲାଲକିଲ୍ଲା କାର୍ ବ୍ଲାଷ୍ଟ ଘଟଣାରେ ଅଲ୍-କାଏଦା ଦାୟୀ

    13744
    Aug 13, 2026
  • JPSC ପରୀକ୍ଷା ଦୁର୍ନୀତି : ଆଉ ୭ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ

    15745
    Aug 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In