Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ...

  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ...

  • ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ...

  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ...

  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

  • JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ...

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ...

Home ›› ››ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

2024-10-24 10:35:12
15677
Share:
Facebook
Twitter
E-Mail
WhatsApp
Telegram
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। 


ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ୧୧ଟି ଜିଲ୍ଳାର ୩୮ଟି ବ୍ଲକର ୧୬୫୩ଟି ଗ୍ରାମ , ୯ଟି ପୌରାଞ୍ଚଳ ଓ ୨୬ଟି ୱାର୍ଡ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଥିବା ତଳିଆ ଓ ବିପଦଶଙ୍କୁଳ ଅଞ୍ଚଳରୁ ସମୁଦାୟ ୩,୬୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରହିଛି। ଆଜି ଦିନ ୧୧ଟା ସୁଦ୍ଧା ୩ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପ୍ରକ୍ରିୟାରେ ଶତ ପ୍ରତିଶତ ସଫଳତା ହାସଲ ହେବ ବୋଲି ସେ କହିଥିଲେ। 


ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଥିଲେ। 


ସୂଚନାଯୋଗ୍ୟ ଯେ,  ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ଅବସରରେ ସ୍ଥାନାନ୍ତରଣ କରିବା ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 


ସଂପ୍ରତି ଏହି ସବୁ ଜିଲ୍ଲା ଗୁଡିକରେ ୮୪୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୬୪୪୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୭୨୮୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଅଛି।  


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମଧ୍ୟ ଓଡିଶାର ବାତ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି । ବାତ୍ୟା ମୁକାବିଲା ପାଇଁ  ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସେ କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ଷତିଗ୍ରସ୍ତ ସମ୍ଭାବନେ ଥିବା ୧୧ଟି ଜିଲ୍ଲାକୁ ଅଭିଜ୍ଞତା ସଂପନ୍ନ ବରିଷ୍ଠ ଆଇଏସ ଅଧିକାରୀଙ୍କୁ ପଠା ଯାଇଛି। ସେମାନେ ପଞ୍ଚାୟତ ଓ ଗାଁ ସ୍ତର ପର୍ଯ୍ୟନ୍ତ ଯାଇ ସ୍ଥାନାନ୍ତର କାର୍ଯ୍ୟକୁ  ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ମନ୍ତ୍ରୀ ମଣ୍ଡଳର ୯ ଜଣ ମନ୍ତ୍ରୀ ମଧ୍ୟ ପ୍ରଭାବିତ ଜିଲ୍ଳା ଗୁଡିକରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି। 


ଅଶ୍ରୟସ୍ଥଳରେ ଥିବା ଲୋକଙ୍କୁ ନିୟମିତ ଭାବେ ରନ୍ଧାଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପୋଲିସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।


ଆଜି ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶତ ପ୍ରତିଶତ ସ୍ଥାନାନ୍ତରଣ, ଜିରୋ କାଜୁଆଲ୍‌ଟି, ଡାକ୍ତରଖାନା ଗୁଡ଼ିକରେ ନିରବଛିନ୍ନ ବିଦ୍ୟୁତ୍ ସେବା, ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର କିରୋସିନ, ପେଟ୍ରୋଲ, ଡିଜେଲ ମହଜୁଦ ରଖିବା, ଆଶ୍ରୟସ୍ଥଳୀ ଗୁଡ଼ିକୁ ରନ୍ଧା ଖାଦ୍ୟ ଯୋଗାଣ ସହିତ ଶୌଚାଳୟକୁ ସଫା ସୁତାର ରଖିବା ଉପରେ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନସଫର୍ମର ଗୁଡ଼ିକର ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପୁନଃକ୍ଷମ (Restore) କରିବା ପାଇଁ ଅତିରିକ୍ତ ଟିମ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ସେ କହିଥିଲେ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସବୁ ଜିଲ୍ଲାଗୁଡିକରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ NDRFର ୧୯ଟି ଟିମ୍ ଓ ODRAF ର ୫୧ଟି ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୨୦ଟି ଟିମ୍ ମୁତୟନ ଅଛନ୍ତି । ଏଥି ସହିତ ୧୫୭ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ମନୁଷ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୯୨ଟି ଡାକ୍ତରୀ ଟିମ୍ ଓ ୫୮ଟି ପ୍ରାଣୀ ସମ୍ପଦ ଚିକିତ୍ସା ଟିମ୍ ମୁତୟନ ଅଛନ୍ତି। ଗୃହପାଳିତ ପଶୁମାନଙ୍କୁ ବାନ୍ଧି ନରଖି ଖୋଲା ରଖିବା ପାଈଁ ଲୋକମାନଙ୍କୁ ପରାମର୍ଶ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଥିଲେ। ଗୃହପାଳିତ ପଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପଶୁ ଖାଦ୍ୟ ଯୋଗାଇଦେବା ପାଇଁ ସେ କହିଥିଲେ।


     ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଡିକେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନୀଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା
    ଦେଶ-ଦେଶାନ୍ତର

    ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା

    15245
    Apr 22, 2026
  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ
    ଦେଶ-ଦେଶାନ୍ତର

    ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

    15597
    Apr 21, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼
    ଦେଶ-ଦେଶାନ୍ତର

    ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15383
    Apr 21, 2026
  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା
    ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    14111
    Apr 21, 2026
  • ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...
    ଦେଶ-ଦେଶାନ୍ତର

    ଇଣ୍ଡୋ କ୍ୟାରିବିଆନ୍‌ ଚାମ୍ବର ଅଫ କମର୍ସ ଫର୍‌ ଡେଭେଲପମେଣ୍ଟ - ଆଇସିସିସିଡି ...

    14407
    Apr 22, 2026
  • ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା

    14648
    Apr 21, 2026
  • JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ
    ଦେଶ-ଦେଶାନ୍ତର

    JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

    15371
    Apr 21, 2026
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ
    ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13554
    Apr 21, 2026
  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ

    14227
    Apr 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    JEE ମେନ୍‌ ସେସନ-୨ ରେଜଲ୍ଟ ପ୍ରକାଶିତ

    15371
    Apr 21, 2026
  • ଦେଶ-ଦେଶାନ୍ତର

    ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି: ଅମିତ୍ ଶାହା

    15245
    Apr 22, 2026
  • ଦେଶ-ଦେଶାନ୍ତର

    ବିଭତ୍ସ ହତ୍ୟାକାଣ୍ଡ: ଆଇଆରଏସ ଅଧିକାରୀଙ୍କ ଝିଅକୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା

    14248
    Apr 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17429
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17483
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17842
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16312
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14374
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13863
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16177
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15872
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16228
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15348
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15081
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15581
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13879
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହରେ ବିଷାକ୍ତ ଖାଦ୍ୟ ଖାଇ ୪୦୦ ଅସୁସ୍ଥ

    15597
    Apr 21, 2026
  • ଏହି କାରଣରୁ କ୍ଷମା ମାଗିଲେ ବିଜେପି ମନ୍ତ୍ରୀ

    14227
    Apr 22, 2026
  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    14111
    Apr 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In