ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱର ନୂଆ କମିଶନର
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 1998 ବ୍ୟାଚ୍ ଆଇପିଏସ ଅଫିସର ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।
ଏକେ ରାୟଙ୍କୁ ଜେଲ୍ ବିଭାଗ ଡିଜି, ବିନୟତୋଷ ମିଶ୍ରଙ୍କୁ ଏଡିଜି, ସିଆଇଡି-ସିବି ନିଯୁକ୍ତ କରାଯାଇଛି, ଆରପି କୋଚେଙ୍କୁ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ, ପୂର୍ବତନ ଟ୍ୱିନ ସିଟି କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଏଡିଜିପି ADGP ଆଧୁନିକୀକରଣ ଦାୟିତ୍ୱ ଦାୟିତ୍ୱ, ସନ୍ତୋଷ ଵାଲାଙ୍କୁ ଏସସିଆରବି ଏବଂ ଏସଏଫଏସଏଲ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜିପି ନିଯୁକ୍ତ କରାଯାଇଛି।
ଗୃହ ବିଭାଗ OSD ଏସ୍ ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ଦାୟିତ୍ୱ ଦିଆଯାଇଛି । ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ଦୟାଲ୍ ଗଙ୍ଗୱାର। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି ।
ସେହିପରି ବଦଳିଛନ୍ତି କଟକ ଡିସିପି ଆର. ପ୍ରକାଶ। ତାଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ଭାବେ ବଦଳି କରାଯାଇଛି । ବର୍ତ୍ତମାନ ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି । କଟକ ଡିସିପି ଭାବେ ଜଗମୋହନ ମୀନାଙ୍କୁ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ୍ ଡିଆଇଜି ହେଲେ ଆର. ପ୍ରକାଶ । ଅପରପକ୍ଷରେ ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳ ବଦଳ ହୋଇଛି ।
Powered by Froala Editor