କୋଣାର୍କରେ ଜିପିଆର ସର୍ଭେ ଆରମ୍ଭ
କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵରେ ବହୁ ପୁରାତନ କୀର୍ତ୍ତିରାଜି ବାଲି ତଳେ ପୋତି ହୋଇପଡିଛି। ଏନେଇ ସୋମବାର ଜାତୀୟ ଭୂ- ଭୈତିକ ଗବେଷଣା ସଂସ୍ଥା(ଏନଜିଆରଆଇ)ର ଏକ ଟିମ,ଏଏସଆଇ ବିଭାଗ ମିଳିତ ଭାବେ ଜିପିଆର ସର୍ଭେ ଆରମ୍ଭ କରିଛି। ଏହି ପଦ୍ଧତ୍ତି ମାଧ୍ୟମରେ ମାଟି ତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି ।
ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ (ଏନଜିଆରଆଇ) ଦ୍ୱାରା କୋଣାର୍କ ଏହି ସର୍ଭେ କରାଯାଇଛି । ଦୁଇ ଦିନ ଧରି ଏହି ସର୍ଭେ ଚାଲିବ ବୋଲି ସୂଚନା ରହିଛି । ଏନେଇ ଏଏସଆଇ ଅଧିକ୍ଷକ ଡି.ବି ଗଡନାୟକ ସୂଚନା ଦେଇଛନ୍ତି ।
ବାଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ମୂର୍ତ୍ତି ସବୁ ରହିଛି ଏହି ଜିପିଆର ସର୍ଭେରେ ଜଣାପଡିବ। ଏବେ ଦୁଇଟି ଯାଗାରେ ମୂର୍ତ୍ତି ରହିଥିବା ଚିହ୍ନଟ ହୋଇଛି। ଖୁବଶୀଘ୍ର ଏହା ଖୋଳାଯିବ ବୋଲି କହିଛନ୍ତି ଅଧିକ୍ଷଣ ପୁରାତତ୍ବବିଦ ଶ୍ରୀ ଗଡନାୟକ।
ତିନି ଜଣିଆ ବୈଜ୍ଞାନିକ ଟିମ୍ ଙ୍କ ଦ୍ବାରା ଏହି ସର୍ଭେ ଆରମ୍ଭ ହୋଇଛି । ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ ଓ ଭୁ-ତତ୍ତ୍ୱବିତ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସର୍ଭେ କାର୍ଯ୍ୟ ତଦାରଖ କରୁଛନ୍ତି।
Powered by Froala Editor