ଲଗାଣ ବର୍ଷାରେ ବିଲ୍ଡିଂ ଭୁଶୁଡିଲା, ୩ ମୃତ

ଦିଲ୍ଲୀରେ ଲଗାଣ ବର୍ଷା ହେଉଥିବା ବେଳେ କରୋଲ ବାଗ୍ ଅଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି। ଆଉ ଏହା ତଳେ ଚାପି ୩ ମୃତ,୧୪ ଆହତ ହୋଇ ଯାଇଛନ୍ତି । ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ତୁରନ୍ତ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ ।
ସୂଚନା ଅନୁସାରେ, ସକାଳ ୯ଟା ୧୧ ମିନିଟ୍ ରେ ବିଲ୍ଡିଂ ଭୁଶୁଡିଥିବାର ଖବର ଆସିଥିଲା। ଦୁର୍ଘଟଣା ଏଭଳି ସମୟରେ ହୋଇଥିଲା, ଯେତେବେଳେ ଦିଲ୍ଳୀରେ ପ୍ରବଳ ବର୍ଷା ହେଉଥିଲା। ବିଲ୍ଡିଂଟି ପୁରୁଣା ହୋଇଥିବାରୁ ପ୍ରବଳ ବର୍ଷା ପରେ ଭାଙ୍ଗି ଯାଇଥିବା ନେଇ କୁହାଯାଉଛି।
ଏହି ଘଟଣା ପରେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ ଆତିଶି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, କରୋଲବାଗ ଅଞ୍ଚଳରେ ବିଲ୍ଡିଂ ଭୁଶୁଡିବା ଘଟଣା ଖୁବ୍ ଦୁଃଖଦ। ମୁଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦେଇଛି ସେଠାରେ ରହୁଥିବା ଲୋକ ପୀଡିତଙ୍କୁ ସବୁ ପ୍ରକାର ସହାୟତା ଦିଅନ୍ତୁ। ଆତହଙ୍କୁ ଚିକିତ୍ସା ସହ ଦୁର୍ଘଟଣାର କାରଣ ଜାଣିବାକୁ ନେଇ ମେୟରଙ୍କ ସହ କଥା ହୋଇଛି। ଚଳିତ ବର୍ଷ ଖୁବ୍ ବର୍ଷା ହେଉଛି, ତେଣୁ ଦିଲ୍ଲୀବାସୀଙ୍କୁ ମୋର ଅପିଲ ଏଭଳି କୌଣସି ଦୁର୍ଘଟଣାର ଆଶଙ୍କା ଥିଲେ ତୁରନ୍ତ ପ୍ରଶାସନକୁ କୁହନ୍ତୁ, ସରକାର ଆପଣଙ୍କ ସାହାଯ୍ୟ କରିବେ।
ଗତ ମାସରେ ବି ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଘଟିଥିଲା। ପୁନଃନିର୍ମାଣ ନିମନ୍ତେ ନଷ୍ଟ କରାଯାଉଥିବା କିଛି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ।
Powered by Froala Editor