ଚନ୍ଦ୍ରଯାନ-୪କୁ କ୍ୟାବିନେଟ୍ ମଞ୍ଜୁରି, ୨୦୨୮ ସୁଦ୍ଧା ମିଶନ ଆରମ୍ଭ
ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏବେ ଭାରତ ଆଉ ଦୁଇ ପାଦ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ମିଳିଛି । ଏହି ମିଶନ ଜରିଆରେ ଚନ୍ଦ୍ରମାରୁ ମାଟି ଏବଂ ପଥର ପୃଥିବୀକୁ ଅଣାଯିବ ।
୨୦୨୮ ସୁଦ୍ଧା ଏହି ମିଶନ ଆରମ୍ଭ କରିବାକୁ ଯୋଜନା ରହିଛି। ଚନ୍ଦ୍ରଯାନ-୪ ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ଅବତରଣ ଏବଂ ନମୁନା ପ୍ରତ୍ୟାବର୍ତ୍ତନ ଜ୍ଞାନକୌଶଳ ପ୍ରଦର୍ଶନ କରିବା। ଏହି ଅଭିଯାନ ଅଧୀନରେ ଚନ୍ଦ୍ରର ପଥର ଓ ମାଟିକୁ ପୃଥିବୀକୁ ଅଣାଯିବ, ଯାହାର ଅଧ୍ୟୟନ କରାଯିବ। ଏହି ଅଭିଯାନ ପାଇଁ ଦୁଇଟି ଭିନ୍ନ ଭିନ୍ନ ରକେଟ୍ ବ୍ୟବହାର କରାଯିବ।
ତେବେ ଶୁକ୍ର ଗ୍ରହ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରଯାନ-୪କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ସୁବ ଭବିଷ୍ୟତ ମିଶନକୁ ସଫଳ କରିବା ଲାଗି ଏକ ଅତ୍ୟାଧୁନିକ ନୂଆ ପୀଢ଼ିର ଲଞ୍ଚ ଭେଇକିଲ୍କୁ ମଧ୍ୟ ସବୁଜ ସଂକେତ ମିଳିଛି ।
୨୧୦୪.୦୬ କୋଟି ଟଙ୍କାର ବଜେଟ୍ ଥିବା ଚନ୍ଦ୍ରଯାନ-୪ ଏବଂ ୧୨୩୬ କୋଟି ଟଙ୍କା ବଜେଟ୍ ଥିବା ଭିନସ୍ ଅର୍ବିଟାଲ୍ ମିସନ୍ ଅନ୍ତର୍ଭୁକ୍ତ। ଏହି ଅଭିଯାନ ଭାରତର ମହାକାଶ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବ।
Powered by Froala Editor