ବିହାର ଯୁବକଙ୍କୁ ୨ କୋଟି ଟଙ୍କାର ଚାକିରୀ ଅଫର ଦେଲା ଗୁଗୁଲ୍
ବିହାର ଜାମୁଇ ଜିଲ୍ଲାର ଜଣେ ଯୁବ କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ମିଳିଛି ବଡ଼ ସଫଳତା। ଇଂଜିନିୟର ଅଭିଷେକ କୁମାର ଗୁଗୁଲ ଲଣ୍ଡନ ଅଫିସରେ ୨ କୋଟି ଟଙ୍କାର ଚାକିରୀ ପାଇଛନ୍ତି। ଏନଆଇଟି ପାଟନାରେ ନିଜର ବିଟେକ୍ ଶେଷ କରିଥିବା ଅଭିଷେକ ଆସନ୍ତା ମାସରୁ ଏହି ଚାକିରୀରେ ଯୋଗଦେବେ।
ଅଭିଷେକ କୁମାରଙ୍କ ଘର ଜାମୁଇ ଜିଲ୍ଲାର ଜାମୁ ଖାରିୟା ଗାଁରେ। ତାଙ୍କ ବାପା ଇନ୍ଦ୍ରଦେବ ଯାଦବ ଜଣେ ଓକିଲ। ସେ ଜାମୁଇ ସିଭିଲ କୋର୍ଟରେ କାମ କରନ୍ତି। ମା’ ମଞ୍ଜୁ ଦେବୀ ଘର କଥା ବୁଝନ୍ତି। ସବୁବେଳେ ଅଭିଷେକଙ୍କ ଘରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ। ଏଥିଯୋଗୁ ସେ ସଫଳତା ପାଇଥିବା କହଛନ୍ତି।
ଏହା ମୋର ସବୁଠାରୁ ବଡ ସଫଳତା ଏବଂ ମୁଁ ବହୁତ ଉତ୍ସାହିତ ଅଛି ବୋଲି ଅଭିଷେକ କହିଛନ୍ତି। ଗୁଗୁଲରେ କାମ କରିବା ଅନେକ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପାଇଁ ଏକ ସ୍ୱପ୍ନ ଏବଂ ପ୍ରଭାବଶାଳୀ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇ ମୁଁ ଅତ୍ୟଧିକ ଆନନ୍ଦିତ ଅଟେ।”
ଅଭିଷେକ ଜମୁଇରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଏନଆଇଟି ପାଟନା ଠାରୁ ସଫ୍ଟୱେୟାର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୨୦୨୨ ମସିହାରେ, ସେ ଆମାଜନରୁ ୧.୦୮ କୋଟି ପ୍ୟାକେଜ୍ ଅଫର ପାଇଥିଲେ, ଯେଉଁଠାରେ ସେ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପରେ ସେ ଏକ ଜର୍ମାନ ନିବେଶ ସଂସ୍ଥାର ବୈଦେଶିକ ମୁଦ୍ରା ବ୍ୟବସାୟ ୟୁନିଟରେ ଯୋଗ ଦେଇଥିଲେ।
ସେ ଆହୁରି କହିଛନ୍ତି, “ମୁଁ ଛୋଟିଆ ସହରରୁ ଆସିଥିଲେ ହେଁ ମୋ ମୂଳ ଗାଁ ସହ ଜଡ଼ିତ। ଗାଁରେ ଆମର ଗୋଟିଏ ମାଟି ଘର ଥିଲା। ହେଲେ ଉପଯୁକ୍ତ ସମ୍ପଦ ବଳରେ ମୁଁ ଗୋଟିଏ ନୂଆ ଘର କରିପାରିଛି।”
Powered by Froala Editor