ପ୍ରତିଯୋଗିତା ହେଲା କାଳ, ଇଟିଲି ଖାଇ ଜୀବନ ଗଲା
ଜଳଖିଆ ବି କାହା ଜୀବନ ନେଇପାରେ? ହଁ ସତର୍କ ନହେଲେ ସାମାନ୍ୟ ଜିନିଷ ବି ମୃତ୍ୟୁର କାରଣ ହୋଇପାରେ । ଇଟିଲି ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କେରଳ କାଞ୍ଜିକୋଡରେ ଆୟୋଜିତ ଏକ 'ଇଟିଲି ଖାଇବା' ପ୍ରତିଯୋଗିତାରେ ଘଟିଯାଇଛି ଏ ଅଘଟଣ ।
ପ୍ରତିଯୋଗିତାରେ ଭାଗ ନେଇଥିବା ସୁରେଶ ନାମକ ଜଣେ ବ୍ୟକ୍ତି ଅଚାନକ ପ୍ରାଣ ହରାଇଛନ୍ତି । ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଏକାସାଙ୍ଗରେ ୩ଟି ଇଟିଲି ଗିଳିଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏକାସାଙ୍ଗରେ ୩ଟି ଇଟିଲି ଖାଇବା ଚେଷ୍ଟାରେ ସେ ଅସହଜ ମନେ କରିଥିଲେ । ୩ଟି ଇଟିଲି ଏକାସାଙ୍ଗରେ ଖାଇବା ଚେଷ୍ଟାରେ ଏହା ସୁରେଶଙ୍କ ତଣ୍ଟିରେ ଲାଗି ଯାଇଥିଲା ଏବଂ ନିଶ୍ୱାସ-ପ୍ରଶ୍ୱାସରେ ତାଙ୍କୁ ଅସୁବିଧା ହୋଇଥିଲା ।
ସୁରେଶଙ୍କ ଅବସ୍ଥା ଖରାପ ହେବାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବାଲୟାରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁରେଶଙ୍କ ମୃତ୍ୟୁରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor