ମୁଣ୍ଡରେ ହାତେ ଲମ୍ବର ଓଢଣୀ, କିନ୍ତୁ ଅନର୍ଗଳ ଇଂରାଜୀରେ ଭାଷଣ ଦେଲେ ସରପଞ୍ଚ
ମୁଣ୍ଡରେ ହାତେ ଲମ୍ବର ଓଢଣୀ । ପୂରା ରାଜସ୍ଥାନୀ ଠାଣି । ସରପଞ୍ଚ ବୋଲି ମଞ୍ଚକୁ ଗଲେ । ସମସ୍ତେ ଭାବିଥିଲେ ରାଜସ୍ଥାନୀ ଲୋକଭାଷା ଅନୁସାରେ ସରପଞ୍ଚ ନିଜ ଅଭିଭାଷଣ ରଖିବେ । ହେଲେ ମହିଳା ସରପଞ୍ଚ ତାଜୁବ କରିଦେଲେ ସମସ୍ତଙ୍କୁ । ଓଢ଼ଣୀ ତଳେ ଇଂରାଜୀରେ କହିଚାଲିଲେ ଅନର୍ଗଳ ଭାଷଣ । ଯାହାକୁ ଦେଖି ଉପସ୍ଥିତ ଆଇଏଏସ୍ ଅଧିକାରୀ ମଧ୍ୟ ତାଳି ନମାରି ରହିପାରିଲେନି ।
ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ସରପଞ୍ଚ । ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାର ଜିଲ୍ଲାପାଳ IAS ଅଫିସର ଟିନା । ପାରମ୍ପରିକ ରାଜସ୍ଥାନୀ ବସ୍ତ୍ର ପରିଧାନ କରି ଇଂରାଜୀରେ ଭାଷଣ ଆରମ୍ଭ କରିଥିଲେ ସରପଞ୍ଚ ସୋନୁ କନୱାର । ଭାଷଣ ଆରମ୍ଭରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଇଂରାଜୀରେ କହିଥିଲେ, "କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ବହୁତ ଖୁସି । ପ୍ରଥମତଃ ଆମ ଜିଲ୍ଲାପାଳ ଟିନା ମ୍ୟାମଙ୍କୁ ସ୍ୱାଗତ କରୁଛି । ଏହା ଆମ ପାଇଁ ସମ୍ମାନର ବିଷୟ । ନିଜ ଭାଷଣରେ ଜଳ ସଂରକ୍ଷଣ ପ୍ରସଙ୍ଗ ଉଠାଇ ପ୍ରଶଂସା ସାଉଣ୍ଟିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସରପଞ୍ଚଙ୍କ ଇଂରାଜୀ ଭାଷଣ ଶୁଣି ପ୍ରଶଂସା ନ କରି ରହିପାରିନଥିଲେ ଜିଲ୍ଲାପାଳ ।
Powered by Froala Editor