ଧାନ, ଚାଉଳ ସହ ୧୦ ହଜାର ଟଙ୍କା ଖାଇଗଲେ ହାତୀପଲ
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ତେଲକୋଇ ଫରେଷ୍ଟ ବିଟ ଅଧିନ ବେଣା ଗାଁ ମୁଣ୍ଡା ସାହିରେ ୫ ଟିକିଆ ହାତୀପଲ ପଶି ଉପଦ୍ରବ କରିଛନ୍ତି। ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଦେଇଛନ୍ତି। ଏହା ସହିତ ଧାନ ବସ୍ତାରେ ରଖାଯାଇଥିବା ଧାନ ସହ ୧୦ ହଜାର ଟଙ୍କା ଖାଇଦେଇଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିର ରବୀନ୍ଦ୍ର ପାତ୍ର ନିଜର କଷ୍ଟ ଉପାର୍ଜିତ ୧୦ ହଜାର ଟଙ୍କା ଧାନ ଭର୍ତ୍ତି ଡୁଲିରେ ରଖିଥିଲେ। ବିଳମ୍ୱିତ ରାତିରେ ୫ଟିକିଆ ହାତୀ ପଲ ମୁଣ୍ଡା ସାହିରେ ପଶିଥିଲେ। ସେମାନେ ରବୀନ୍ଦ୍ରଙ୍କ ଘରେ ଶୁଣ୍ଢ ପୂରାଇ ଦେଇଥିଲା। ହାତୀଙ୍କ ଶୁଣ୍ଢ ଦେଖି ଜୀବନ ବିକଳରେ ଘରୁ ପଳାଇ ଯାଇଥିଲେ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ। ହାତୀମାନେ ଶୁଣ୍ଢରେ ଧାନ ସହ ଡୁଲିରେ ଥିବା ଟଙ୍କା ଖାଇ ଦେଇଥିବା ରବୀନ୍ଦ୍ରଙ୍କ ପତ୍ନୀ ବେଣା କହିଛନ୍ତି। ହାତୀମାନେ କେବଳ ଧାନ ନୁହେଁ, ଘରେ ଥିବା ଚାଉଳ ମଧ୍ୟ ଖାଇ ଦେଇଛନ୍ତି।
ହାତୀ ପଲ ରବୀନ୍ଦ୍ରଙ୍କ ଘର ଭାଙ୍ଗିବା ପରେ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଛିନ୍ଛତ୍ର କରିଦେଇନ୍ତି। ହାତୀ ଘର ଭାଙ୍ଗିବା ପରେ ଦୁଇ ପରିବାର ପୂରା ବେସାହାରା ହୋଇ ଯାଇଛନ୍ତି।
Powered by Froala Editor