ମକା ଖାଇଦେଲା ବୋଲି ଷଣ୍ଢକୁ ୭ ଦିନ ଶାସ୍ତି: ଖାଇବାକୁ ନଦେଇ ବାନ୍ଧିଦେଲା କ୍ଷେତ ମାଲିକ
କ୍ଷେତରେ ପଶି ଖାଇଗଲା ଷଣ୍ଢ । ଏତିକିରେ ରାଗିଗଲା କ୍ଷେତ ମାଲିକ । ଭୁଲିଗଲା ମଣିଷପଣିଆ । ଷଣ୍ଢକୁ ବାନ୍ଧି ୭ ଦିନ ଧରି ଦଣ୍ଡଦେଲେ । ଖାଇବାକୁ କି ପିଇବାକୁ ଦେଲେନି । ଶେଷରେ କିଛି ଲୋକଙ୍କ ଅଭିଯୋଗ ପରେ ପୁଲିସ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଛି । ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ କୋଦଭଟା ଅଞ୍ଚଳରେ ଏପରି ଘଟଣା ଘଟିଛି।
କୋଦଭଟା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ଷଣ୍ଢଟି ମକା ଫସଲ ଖାଇଦେଇଥିଲା। କ୍ଷେତ ମାଲିକ ରାଗି ଗଛରେ ଷଣ୍ଢଟିକୁ ବାନ୍ଧି ଦେଇଥିଲେ। ଷଣ୍ଢଟି ଗଛରେ ବନ୍ଧା ହୋଇ ଭୋକ ଉପାସରେ ଚିତ୍କାର କରିଥିଲା। ହେଲେ ନିଷ୍ଠୁର ମାଲିକକରକୁ ଷଣ୍ଢର କରୁଣ ଚିତ୍କାର ଶୁଭୁ ନଥିଲା। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଷଣ୍ଢଟିର ଏପରି ଅବସ୍ଥା ଦେଖି ତାକୁ ଖାଇବାକୁ ଆଣି ଦେଉଥିଲେ। ହେଲେ କ୍ଷେତ ମାଲିକ ସେମାନଙ୍କୁ ଗାଳି ଗୁଲଜ କରୁଥିଲା।
ଶେଷରେ କିଛି ଯୁବକ ସାହସ ରାଇଘର ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି।
Powered by Froala Editor