ହସ୍ପିଟାଲରେ ୱାର୍ଡ ବୟର କାରନାମା, ମହିଳାଙ୍କୁ ଉଲଗ୍ନ କରି ଭିଡିଓ କଲା
ପୁଣି କୋଲକାତାର ଗୋଟିଏ ହସ୍ପିଟାଲରେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ମା’ ହୋଇଛନ୍ତି ଅସଦାଚରଣର ଶିକାର। ହସ୍ପିଟାଲର ଜଣେ କର୍ମଚାରୀ ୱାର୍ଡ ଭିତରେ ହିଁ ୨୬ ବର୍ଷୀୟ ମହିଳାଙ୍କ ସହ ଏପରି କାଣ୍ଡ ଘଟାଇଛି। ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି।
କୋଲକାତାର ଇନଷ୍ଟିଚ୍ୟୁଟ ଅଫ ହେଲଥ(ଆଇସିଏଚ୍)ରେ ମହିଳାଙ୍କ ପୁଅର ଚିକିତ୍ସା ଚାଲିଛି। ସେ ହସ୍ପିଟାଲର ୱାର୍ଡରେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ବେଳେ ଘଟଣା ଘଟିଛି। ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିବା ଅଭିଯୁକ୍ତ ତନୟ ପାଲ(୨୬) ରାତି ବେଳେ ପିଲାମାନଙ୍କ ପାଇଁ ଥିବା ୱାର୍ଡରେ ପଶିଥିଲା। ଏହାପରେ ସେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ମହିଳାଙ୍କ ପାଖକୁ ଯାଇଥିଲା।
ସେ ମହିଳାଙ୍କୁ ସ୍ପର୍ଶ କରିବା ସହ ତାଙ୍କ ପୋଷାକ ଖୋଲିଥିଲେ। ଏଥିସହିତ ସେ ନିଜ ମୋବାଇଲ ଫୋନ୍ରେ ଉକ୍ତ ଘଟଣାକୁ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ପାଲ୍ଙ୍କୁ ଗିରଫ କରିଛି। ତାଙ୍କ ମୋବାଇଲ ଫୋନ୍କୁ ପୋଲିସ ଜବତ କରି ଫୋରେନ୍ସିକ ପରୀକ୍ଷା ପାଇଁ ପଠାଇଛି।
Powered by Froala Editor