ଗୁଣି ସନ୍ଦେହରେ ୫ ଜଣଙ୍କୁ ମାରିଦେଲେ, ମୃତକ ଭିତରେ ଅଛନ୍ତି ୩ ମହିଳା
ଛତିଶଗଡରେ ଗୁଡିଗାରେଡି ପାଇଁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । କୋଣ୍ଟା ଥାନା ଅଧୀନ ଏକତାଲ ଗାଁରେ ୫ ଜଣଙ୍କୁ ଗୁଡିଗାରେଡି ସନ୍ଦେହରେ ପିଟିପିଟି ମାରି ଦିଆଯାଇଛି । ସମସ୍ତେ ଏକତାଲ ଗାଁର ଲୋକ । ମୃତକଙ୍କ ଭିତରେ ୩ ମହିଳା ମଧ୍ୟ ଅଛନ୍ତି । ତେବେ ଏ ଘଟଣା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣା ରେ ମୃତକମାନେ ହେଲେ ମୌସମ କନ୍ନା (୩୪), ତାଙ୍କ ପତ୍ନୀ ମୌସମ ବିରି, ମୌସମ ବୁଚ୍ଛା (୩୪), ତାଙ୍କ ପତ୍ନୀ ମୌସମ ଆରଜୁ (୩୨) ଏବଂ ଅନ୍ୟ ଜଣେ ମହିଳା କାର୍କା ଲଛି (୪୩)। ହତ୍ୟା କାଣ୍ଡରେ ସମ୍ପୃକ୍ତ ଗ୍ରାମର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି। ଅଭିଯୁକ୍ତମାନେ ହେଲେ ସଭାଲମ ରାଜେଶ (୨୧), ସବଲମ ହିଡମା, କରମ ସତ୍ୟମ୍ (୩୫), କୁଞ୍ଜମ ମୁକେଶ (୨୮) ଓ ପୋଡିୟମ୍ ଏଙ୍କା। ଘଟଣାର ତଦନ୍ତ ଜାରି ରହିଛି ।
Powered by Froala Editor