କେଜ୍ରିୱାଲଙ୍କ ବଡ଼ ଘୋଷଣା, ଜଲଦି ଛାଡିବେ ମୁଖ୍ୟମନ୍ତ୍ରୀ ପଦ
ନୂଆଦିଲ୍ଲୀ: ନିକଟରେ ଜାମିନ ପାଇ ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି । ଆସନ୍ତା ୨ ଦିନ ଭିତରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ମୁଁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ । ସେମାନେ ନିଷ୍ପତ୍ତି ନେବେ । ଜନତା ନିଜ ନିଷ୍ପତ୍ତି ନଜଣାଇବା ଯାଏ ସିଏମ ପଦରେ ରହିବିନି ।ମନୀଷ ସିସୋଦିଆ ବି ମୁଖ୍ୟମନ୍ତ୍ରୀ ହେବେନି ବୋଲି କେଜ୍ରିୱାଲ କହିଛନ୍ତି । ତେବେ ନିର୍ବାଚନ ପର୍ଯ୍ୟନ୍ତ ଆପର ଅନ୍ୟକୌଣସି ନେତା ମୁଖ୍ୟମନ୍ତ୍ରୀ ରହିବେ ବୋଲି ସେ କହିଛନ୍ତି ।ଏଥିସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ କରିବାକୁ ମଧ୍ୟ ଦାବି କରିଛନ୍ତି ।
ଶୁକ୍ରବାର ସୁପ୍ରିମକୋର୍ଟ କେଜରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ତିହାର ଜେଲରୁ ବାହାରିଛନ୍ତି କେଜରିୱାଲ । ଜେଲ ବାହାରେ କେଜରିୱାଲଙ୍କୁ ସ୍ଵାଗତ କରିବାକୁ ଶହ ଶହ ସମର୍ଥକଙ୍କ ଭିଡ଼ ଜମିିଥିଲା। ବାଜା, ବାଣ ନାଚଗୀତରେ କମ୍ପିଥିଲା ପରିସର । ପ୍ରାୟ ୬ ମାସ ପରେ ବାହାରିଲେ କେଜରିୱାଲ ।ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ଇଡି ମାମଲାରେ ମିଳିଥିଲା ଜାମିନ । ୨୧ ମାର୍ଚ୍ଚରେ ଗିରଫ ହୋଇଥିଲେ କେଜରିୱାଲ ।
Powered by Froala Editor