ଆଧାର କାର୍ଡ଼କୁ ନେଇ ଜରୁରୀ ସୂଚନା, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ:ଭାରତୀୟ ଏକକ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ପକ୍ଷରୁ ଆଧାର କାର୍ଡ଼କୁ ନେଇ ଏକ ଜରୁରୀ ସୂଚନା ଦିଆଯାଇଛି, ଯାହା ମୁତାବକ, ଯଦି ଆପଣଙ୍କ ଆଧାରକାର୍ଡ଼ ୧୦ ବର୍ଷ ପୁରୁଣା ତେବେ ତାହାକୁ ସେପ୍ଟେମ୍ବର ୧୪, ୨୦୨୪ ପୂର୍ବରୁ ଅନଲାଇନ ଅପଡେଟ୍ କରିନେବା ଆବଶ୍ୟକ। ଅର୍ଥାତ୍ ମାଗଣାରେ ଆଧାର କାର୍ଡ ଅପଡେଟ୍ ପାଇଁ ଆପଣଙ୍କ ପାଖରେ ୫ ଦିନ ସମୟ ବାକି ଅଛି। ଏହି ସମୟସୀମା ପରେ ଯଦି ଆପଣ ଆଧାର କାର୍ଡ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ୟୁଆଇଡିଏଆଇ ପକ୍ଷରୁ ମାଗଣା ଆଧାର କାର୍ଡ଼ ଅପଡେଟ୍ ସମୟସୀମା ସେପ୍ଟେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମାଗଣା ଆଧାର କାର୍ଡ଼ ଅପଡେଟ୍ର ଶେଷ ତାରିଖ ଜୁନ୍ ୧୪, ୨୦୨୪ ଥିଲା।ୟୁଆଇଡିଏଆଇର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଜାରି କରାଯାଇଥିବା ସୂଚନା ମୁତାବକ, ୟୁଜର ମାଗଣାରେ ଆଧାର ଅପଡେଟ୍ ପାଇଁ My Aadhaar ପୋର୍ଟାଲ ବ୍ୟବହାର କରିପାରିବେ। ଏହି ଅନଲାଇନ୍ ସେବାରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ମାଗଣା ଆଧାର କାର୍ଡ ଅପଡେଟ୍ ସୁବିଧା ଯୋଗାଇ ଦିଆଯାଉଛି। ଏଠାରେ ଧ୍ୟାନ ଦେବା କଥା ହେଉଛି, ମାଗଣା ଆଧାର ଅପଡେଟ୍ର ସୁବିଧା କେବଳ ଅନଲାଇନ୍ ମୋଡ୍ରେ ଉପଲବ୍ଧ। ଯଦି ଅଫଲାଇନ୍ ମୋଡ୍ରେ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ପୂର୍ବ ପରି ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ।
Powered by Froala Editor