ଚକୋଲେଟ ଦେଇ ଶିଶୁ କନ୍ୟାକୁ ବଳାତ୍କାର

ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରେ ଜଣେ ୫ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏ ଘଟଣାରେ ପ୍ରଫୁଲ୍ଲ ପଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଯାଜପୁର ପୁଲିସ । ଡାକ୍ତରୀ ମାଇନା ପରେ ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରାଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଝିଅଟି ଘର ବାରଣ୍ଡାରେ ଠିଆ ହୋଇଥିବାବେଳେ ପ୍ରଫୁଲ୍ଲ ତାକୁ ଚକୋଲେଟ ଲୋକ ଦେଖାଇ ନେଇଯାଇଥିଲା । ଏବଂ ବଳାତ୍କାର କରିଥିଲା । ଝିଅଟି ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ପ୍ରଫୁଲ୍ଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Powered by Froala Editor