ଧରାପଡ଼ିଲେ ଷ୍ଟକ୍ୟାର୍ଡ ଲୁଟେରା ଗ୍ୟାଙ୍ଗ୍

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳରେ ହୋଇଥିବା ବଡ଼ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଏ ଘଟଣାରେ ସମ୍ପୃକ୍ତ ୧୨ ଜଣିଆ ଲୁଟେରା ଗ୍ୟାଙ୍ଗ ଧରାପଡିଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ନୀଳାପଶି ଗ୍ରାମର ହରିହର ସାହୁ, ଚୈତନ୍ୟ ବେହେରା, ବିକ୍ରମପୁର ଥାନା ବଲଣ୍ଡା ଗ୍ରାମର ଦେବାଶିଷ ସାହୁ, କ୍ଷୀରୋଦ ସ୍ୱାଇଁ, ଭଞ୍ଜକଲୋନୀ ଏଫ୍ସିଆଇର ସୁନୀଲ ମହାରଣା, ଗୁରୁଦ୍ୱାରା ସାଉଥ୍ ବଲଣ୍ଡା ଅଞ୍ଚଳର ଶୁଭରାଜ ନାଏକ, ତାଳଚେର ଥାନା ସୁନାଖଣିର ପପୁ ଓରଫ୍ ଅମିତ ନାଏକ । ଏସବୁର ମାଷ୍ଟରମାଇଣ୍ଡ ହରିହର ବୋଲି ଜଣାପଶିଛି । ଏମାନଙ୍କ ନିକଟରୁ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ନିଶା ଥାନା ଜିନ୍ଦଲ ଭୁବନପୁର ଗ୍ରାମର ସୁରେଶ ଯାଦବକୁ ମଧ୍ୟ ପୁଲିସ୍ ଗିରଫ କହିଛି । ସେମାନଙ୍କ ନିକଟରୁ ଗୋଟିଏ ମହିନ୍ଦ୍ରା ପିକଅପ୍, ଗୋଟିଏ ଭ୍ୟାନ୍, ଏକ ବାଇକ୍ ଓ ଟାଟା ମ୍ୟାଜିକ୍ ଗାଡ଼ି, ନଗଦ ୫ ହଜାର ୩୦୦ ଟଙ୍କା, ୯ଟି ମୋବାଇଲ, ବିପୁଳ ପରିମାଣରେ ତମ୍ବା ତାର ଜବତ କରାଯାଇଛି ।
ଗରିଆପାଲି ଓ ଖଇରପାଲି ଫାଣ୍ଡି ଅନ୍ତର୍ଗତ ଅହଲ୍ୟା ଛକସ୍ଥିତ ମେଗା ୱାଟର ଲିଫ୍ଟ କମ୍ପାନି ଭୋଲ୍ଟାସ ଅନୁବନ୍ଧିତ ମ୍ୟାପ ପ୍ରୋଜେକ୍ଟ ଓ ଇଞ୍ଜିନିୟରିଂ ସର୍ଭିସ ଲିମିଟେଡ୍ର ଷ୍ଟକ୍ୟାର୍ଡରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ଏନେଇ ସଂସ୍ଥା ପକ୍ଷରୁ ଅଗଷ୍ଟ ୨୮ରେ କୁଣ୍ଢେଇଗୋଳା ଥାନାରେ ଏତଲା ଦିଆଯାଇଥିଲା । ଏକ ସ୍ୱତନ୍ତ୍ର ଟିମ୍ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ପୃକ୍ତ ୧୨ ଜଣ ଲୁଟେରାଙ୍କୁ ଗିରଫ କରିଛି ।
ଲୁଟେରା ଗ୍ୟାଙ୍ଗ ଆହୁରି ଚୋରିରେ ସାମିଲ ଥିଲେ ବୋଲି ସୂଚନା ମିଳିଛି । ସେମାନଙ୍କ ପୂର୍ବ ଚୋରି ଧରିବାକୁ ପୁଲିସ ଅଧିକ ଖୋଳତାଡ କରୁଛି ।
Powered by Froala Editor