ରାଜ୍ୟସଭା ଉପନିର୍ବାଚନ: ଜଗନ୍ନାଥ ପ୍ରଧାନ କଲେ ନାମାଙ୍କନ ପ୍ରତ୍ୟାହାର
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତ ୨୧ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ। ବିଜେପି ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ଜଗନ୍ନାଥ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ଯାହାକି ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦଳର ନିଷ୍ପତ୍ତି ଅନୁସାରେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ଦଳର ନିର୍ଦ୍ଦେଶକୁ ମାନି ଏକ ଶୃଙ୍ଖଳିତ କର୍ମୀ ଭାବେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
Powered by Froala Editor