କାହିଁକି ଝୁଲିପଡ଼ିଲେ ମହିଳା ଯନ୍ତ୍ରୀ ?
ବାଲେଶ୍ୱର ଜିଲା ଜଳେଶ୍ୱରରେ ଭଡାଘରୁ ମିଳିଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ମାତ୍ର ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍ କବାଟ ଖୋଲି ନ ଥିଲେ। ପଡ଼ୋଶୀମାନେ ବହୁ ସମୟ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।
ତେବେ ମୃତ୍ୟୁର ରହସ୍ୟ ଖୁବ୍ଶ୍ରୀଘ ଖୋଲିବ ବୋଲି ପୁଲିସ୍ କହିଛି। କେଉଁ ପରସ୍ଥିତିରେ ମହିଳା ଯନ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେଇ ଝୁଲି ପଡ଼ିଲେ, କିମ୍ବା ତାଙ୍କୁ କିଏ ହତ୍ୟା କରିଛି? ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ସ୍ପଷ୍ଟ କରିବ।
Powered by Froala Editor