ଆକ୍ସନ ମୋଡ଼ରେ ଅବକାରୀ ବିଭାଗ, ସାଲିଆସାହିରେ ବିପୁଳ ପରିମାଣର ଦେଶୀ ମଦ ଜବତ
ଭୁବନେଶ୍ୱର: ଗଞ୍ଜାମ ଚିକଟି ମଦ ମୃତୁ୍ୟ ପରେ ଏବେ ପୁଲିସ ଓ ଅବକାରୀ ବିଭାଗ ପୁରା ଆକ୍ସନ ମୋଡ଼କୁ ଆସିଯାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ ପରେ ଚଢଉ କରି ବ୍ୟାପକ ଦେଶୀ ମଦ ଓ ପୋଚ ନଷ୍ଟ କରୁଛନ୍ତି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ସାଲିଆସାହିରେ ପୁଲିସ ପକ୍ଷରୁ ଏକ ବଡ଼ଧରଣର ରେଡ କରାଯାଇଛି । ଏହି ଅବସରରେ କମିଶନରେଟ ପୁଲିସ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରିଛି । ଦେଶୀ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ କରାଯାଇଛି ।ସବୁଠାରୁ ବଡ଼ କଥା ହେଉଛି ଯେ ଏଠାରେ ଚଢ଼ଉ ବେଳେ ୩ଟି ଦେଶୀ ମଦ କାରଖାନା ଠାବ କରାଯାଇଛି ।
ପ୍ରକାଶ ଯେ ଗଞ୍ଜାମର ଚିକିଟି ମଦ ମୃତୁ୍ୟ ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ସରକାର ପଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ କାରବାର ମୂଳୋପôାଟନ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor