ଚାଲିଗଲା ଦୁଇ ହାତୀଙ୍କ ଜୀବନ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ନାକଟିଦେଉଳ ରେଞ୍ଜ ଚରଡ଼ପଶି ଗାଁ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲରେ ଏକ ୧୧ କେଭି ତା’ର ତଳକୁ ଓହଳି ରହିଥିବା ବେଳେ ସେଥିରେ ହାତୀଟିର ଶୁଣ୍ଢ ବାଜି ଯାଇଥିଲା ବୋଲି ଜଣାପଡ଼ିଛି।
ଏହି ଖବର ପାଇବା ପରେ ରେଢ଼ାଖୋଲ ଡିଏଫଓ, ଏସିଏଫ, ରେଞ୍ଚର ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଢ଼ାଖୋଲ ଡିଏଫ୍ଓ ଅରବିନ୍ଦ ମହାନ୍ତି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣାରେ ଟ୍ରେନ୍ ଧକ୍କାରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଖବର ଲେଖାଯିବା ବେଳକୁ ମୃତ ହାତୀ ଛୁଆକୁ ତା’ ମା’ ସମେତ ୬ ଟିକିଆ ହାତୀ ପଲ ଘେରି ରହିଛନ୍ତି। ତେଣୁ ରେଳ ଓ ବନ ବିଭାଗର କର୍ମଚାରୀ ଏବଂ ଅଧିକାରୀ ମୃତ ହାତୀ ଛୁଆ ପାଖରେ ପହଞ୍ଚି ପାରି ନାହାନ୍ତି।
Powered by Froala Editor