ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ
ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଧାନସଭା ପରିସରରେ ହେବ ବିଧାୟକଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ। ଓଡ଼ିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ମଧ୍ୟ ସାମିଲ ହୋଇ ଅଭିଜ୍ଞତା ବାଣ୍ଟିବେ। କାର୍ୟ୍ୟକ୍ରମକୁ ଆସିବାକୁ ବିଜେଡିର ଦୁଇଜଣ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ତେବେ ଗୃହର ଗରିମା ନଷ୍ଟ ହେଉଥିବା ଦର୍ଶାଇ ଏଥିରେ ବିଜେଡି ସଦସ୍ୟ ଭାଗ ନେବେ ନାହିଁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। କଂଗ୍ରେସ ମଧ୍ୟ ଓରିଏଣ୍ଟେସନ କାର୍ୟ୍ୟକ୍ରମକୁ ନ ଆସିବାକୁ ଘୋଷଣା କରି ସାରିଛି।ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏଥର ୮୭ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି। ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ହୁଏ। ସେହି କ୍ରମରେ ଏହା ଆୟୋଜନ କରାଯାଇଛି।
Powered by Froala Editor